PUCC ପରେ ନୂଆ ଟେନସନ୍: ‘କ୍ଲାସିଫିକେସନ’, ବିନା ଡକ୍ୟୁମେଣ୍ଟରେ ଚଳାଉଥିଲେ ସିଜ୍ ହେବ ଗାଡ଼ି, ସାର୍ଟିଫିକେଟ ବୈଧ ନ ଥିଲେ ହୋଇପାରେ ବାଜ୍ୟାପ୍ତି
ଭୁବନେଶ୍ୱର: ବିନା କାଗଜପତ୍ରରେ ଗାଡି ଚଳାଉଥିଲେ ସାବଧାନ । ଗାଡିର କୌଣସି ବି ସାର୍ଟିଫିକେଟ ବୈଧ ନ ଥିଲେ ତାହା ବାଜ୍ୟାପ୍ତି ହୋଇଯାଇପାରେ । ରାସ୍ତାରେ ଚାଲୁଥିବାର ଗାଡିଗୁଡିକର ସ୍ଥିତି ଜାଣିବା ଲାଗି ସରକାର ବର୍ଗୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି ।ଗାଡିର ପଞ୍ଜୀକରଣ ଓ ଫିଟନେସ୍ ଅବଧି, ବୀମା ସ୍ଥିତି ଓ ପ୍ରଦୂଷଣ ସାର୍ଟିଫିକେଟକୁ ଆଧାର କରି ଏହି ବର୍ଗିକରଣ ହେବ। ଏହାଦ୍ବାରା ରାସ୍ତାରେ ଗଡୁଥିବା ଗାଡ଼ି କେଉଁ ସ୍ଥିତିରେ ରହିଛି ଏବଂ ଏହାର ଆବଶ୍ୟକୀୟ କାଗଜପତ୍ର ଅଛି କି ନାହିଁ ତାହା ଜଣାପଡିବ।
କେନ୍ଦ୍ର ସରକାର ଗତ ଏପ୍ରିଲ ୧ ତାରିଖରେ ସବୁ ରାଜ୍ୟକୁ ଚିଠି ଲେଖି କ୍ଲାସିଫିକେସନ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଦୀର୍ଘବର୍ଷ ଧରି ଗାଡିର ପିୟୁସିସି କିମ୍ବା ଇନସୁରାନ୍ସ ନଥାଇ ଗାଡି ଚାଲୁଥିଲେ ତାହା ବାଜ୍ୟାପ୍ତି ହେବ । ଏହି ନିୟମ ଲାଗୁ ହେବା ପରେ ତୁରନ୍ତ ଗାଡିର ସମସ୍ତ ଡକୁମେଣ୍ଟକୁ ଅପଡେଟ୍ କରିବାପାଇଁ ଅନୁରୋଧ କରିଛନ୍ତି ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର।