thelifelinemedia
Latest Odisha News, Breaking News Today

ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ବିଶ୍ୱ ନିଅନ୍ତାଙ୍କ ରଥ ନିର୍ମାଣ କାମ

ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସରେ ପଡୁଛି। ତେଣୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ

ପୁରୀ: ଜୋରସୋର ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସୂଚନା ମୁତାବକ, ତିନିରଥ ପାଇଁ ତିନୋଟି ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ବଡ଼ ବଡ଼ ଫାଶୀ କାଠରେ ମହାରଣାମାନେ ତୁମ୍ବରେ କୁଆଁର କରିବା ପରେ ବାରିସି ସାହାଯ୍ୟରେ ଗୋଲେଇ କରାଯାଇଛି। କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡିକୁ କାଟିଛନ୍ତି। ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ମହାରଣା ସେବକମାନେ ତୁମ୍ବ ନିର୍ମାଣ ଜାରି ରଖିଛନ୍ତି। ଏଥିସହ କମାର ସେବକମାନେ ଅସ୍ଥାୟୀ କମାରଶାଳରେ ତିନି ରଥର କଣ୍ଟା ପ୍ରସ୍ତୁତି ପାଇଁ କାମ ଜାରି ରଖିଛନ୍ତି।

ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସରେ ପଡୁଛି। ତେଣୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ। ରଥ ନିର୍ମାଣ ପାଇଁ ଅଧିକ ସମୟ ମିଳିଥିବାରୁ ଏଥର କାମ ଅଧିକ ସୁନ୍ଦର ହେବ ବୋଲି ମହାରଣା ସେବକ କହିଛନ୍ତି।

Leave A Reply

Your email address will not be published.