thelifelinemedia
Latest Odisha News, Breaking News Today

୪୦ ଉପରେ ୧୮ ସହର:ତାଉ ଦେଖାଉଛି ତାତି; ଆଜି ୧୮ ସହର ୪୦ ଡିଗ୍ରୀ ଉପରେ

ଚଳିତ ବର୍ଷ ଏପ୍ରିଲ ତାତି ରେକର୍ଡ ଭାଙ୍ଗୁଥିବାରୁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ଖରା ଯୋଗୁଁ ରାଜ୍ୟର ୧୩ରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା

ଭୁବନେଶ୍ୱର: ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।୪୦ ଉପରେ ୧୮ ସହର। ସମ୍ବଲପୁର ଓ ଟିଟିଲାଗଡ଼ ୪୨.୫, ହୀରାକୁଦ ୪୨.୪, ବଲାଙ୍ଗିର ୪୨.୨। ସେହିପରି ଅନୁଗୁଳ ୪୨.୧, ସୋନପୁର ୪୧.୭, ତାଳଚେର ଓ ସୁନ୍ଦରଗଡ଼ ୪୧.୫ ଡିଗ୍ରୀ, ଢେଙ୍କାନାଳ, ବରଗଡ଼ ଓ ରାଉରକେଲା ୪୧ ଡିଗ୍ରୀ, ବୌଦ୍ଧ ୪୦.୭, ଭବାନୀପାଟଣା ୪୦.୫, ଭଦ୍ରକ ଓ ନୟାଗଡ଼ ୪୦ ଡିଗ୍ରୀ, କଟକ ୩୮.୮, ଭୁବନେଶ୍ବର ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ଼ କରାଯାଇଛି।

ଚଳିତ ବର୍ଷ ଏପ୍ରିଲ ତାତି ରେକର୍ଡ ଭାଙ୍ଗୁଥିବାରୁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ଖରା ଯୋଗୁଁ ରାଜ୍ୟର ୧୩ରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଫଳରେ ପିଲାଙ୍କ ପାଠ ପଢା ଏକ ପ୍ରକାର ବନ୍ଦ ହୋଇଯାଇଛି । ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ଆଜିଠାରୁ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଗକୁ ଆହୁରି ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.