ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ:ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ
ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ। ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟତା ମୂଳକ
ଭୁବନେଶ୍ୱର: ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ।ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଆକ୍ସନ ମୋଡରେ ଗୃହ ବିଭାଗ ।ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି।ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ EROଙ୍କୁ ନିର୍ଦ୍ଦେଶ।ଏନେଇ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ।
ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ। ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟତା ମୂଳକ। BLO ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା ଦେଖାଇଛନ୍ତି। ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଆକ୍ସନ ମୋଡରେ ଗୃହ ବିଭାଗ ।ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି।