ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା: ସୁନା-ରୁପା କିଣାକିଣିରେ ଗ୍ରାହକଙ୍କ ମନ, ଅଧିକ ଦର ଥିଲେ ବି କମିନି ଜୋସ୍
କିଏ ଗଢା ମଜୁରୀ ଉପରେ ୫୦ ପ୍ରତିଶତ ରିହାତି ଦେଉଛି ତ ଆଉ କିଏ ଡାଇମଣ୍ଡ ଜୁଏଲାରୀ ଉପରେ ୨୫ ପ୍ରତିଶତ ଅଫର୍ ରହୁଛି
ଭୁବନେଶ୍ୱର: ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା। ଏଥିପାଇଁ ସୁନା ଗହନ ଦୋକାନରେ ଅଫର ପରେ ଅଫର ଲାଗିଛି।ରୁପା କିଣାକିଣିରେ ଗ୍ରାହକଙ୍କ ମନ। ଅଧିକ ଦର ଥିଲେ ବି କମିନି ଜୋସ୍। ଡିମାଣ୍ଡରେ ଲାଇଟ୍ ୱେଟ୍ ଗହଣା। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ଚାଲିଛି କିଣାକିଣି।ବାହାରେ ଟାଣ ଖରା ଓ ଚଢା ଦର ବାଧୁଥିଲେ ବି ସୁନାରୁପା କିଣିବାର ଝୁଙ୍କ୍ କିନ୍ତୁ ଖସିନି। ସତେଯେମିତି ପରମ୍ପରା ଓ ବିଶ୍ବାସ ଆଗରେ ସବୁକିଛି ହାର ମାନିଯାଇଛି । ଗ୍ରାହକଙ୍କ ମନଜାଣି ବିଭିନ୍ନ ସୋରୁମ ପକ୍ଷରୁ ରଖାଯାଇଛି ଆକର୍ଷଣୀୟ ଅଫର । କିଏ ଗଢା ମଜୁରୀ ଉପରେ ୫୦ ପ୍ରତିଶତ ରିହାତି ଦେଉଛି ତ ଆଉ କିଏ ଡାଇମଣ୍ଡ ଜୁଏଲାରୀ ଉପରେ ୨୫ ପ୍ରତିଶତ ଅଫର୍ ରହୁଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ କିଛିଦିନ ପାଇଁ ଖୁସି କରିଦେଇଥିଲା ଖସୁଥିବା ସୁନାଦର । ହେଲେ ଦାମ୍ ଏବେ ପୁଣି ଉପରମୁହାଁ। ତଥାପି ଲୋକେ ସୁନା ଗହଣା କିଣିବାକୁ ଦୋକାନରେ ଲମ୍ବା ଲାଇନ୍ ଲଗାଉଛନ୍ତି।ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ଚାଲିଛି କିଣାକିଣି।ବାହାରେ ଟାଣ ଖରା ଓ ଚଢା ଦର ବାଧୁଥିଲେ ବି ସୁନାରୁପା କିଣିବାର ଝୁଙ୍କ୍ କିନ୍ତୁ ଖସିନି। ସତେଯେମିତି ପରମ୍ପରା ଓ ବିଶ୍ବାସ ଆଗରେ ସବୁକିଛି ହାର ମାନିଯାଇଛି।