thelifelinemedia
Latest Odisha News, Breaking News Today

ତାତିରେ ସିଝୁଛି ଓଡ଼ିଶା, ୨୪ ପର୍ଯ୍ୟନ୍ତ ନାହିଁ ନିସ୍ତାର

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଖରା ସାଙ୍ଗକୁ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଜଳୁଛି ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ଆରମ୍ଭ ହୋଇଯାଉଛି ଭୀଷଣ ଗୁଳୁଗୁଳି। ଆଉ ଦିନ ୧୦ଟା ହେବା ବେଳକୁ ଆକାଶରୁ ଯେପରି ନିଆଁ ବର୍ଷୁଛି। ପାଣିପାଗ ବିଭାଗର ଆକଳନ ୨୪ ତାରିଖ ପର୍ୟ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ।

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଖରା ସାଙ୍ଗକୁ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ଆରମ୍ଭ ହୋଇଯାଉଛି ଭୀଷଣ ଗୁଳୁଗୁଳି। ଆଉ ଦିନ ୧୦ଟା ହେବା ବେଳକୁ ଆକାଶରୁ ଯେପରି ନିଆଁ ବର୍ଷୁଛି। ଏଥିପାଇଁ ରାଜ୍ୟ ସରକାର ପକ୍ଷରୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.