thelifelinemedia
Latest Odisha News, Breaking News Today

ହିଟୱେଭ ପାଇଁ ଏସଓପି ଜାରି 

ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳଙ୍କୁ ଏଥିପାଇଁ ଅଧିକୃତ କରାଯାଇଛି । ସରକାର ଦେଇଥିବା SOP ବାହାରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ

ଭୁବନେଶ୍ୱର:ହିଟ ୱେଭକୁ ସାମ୍ନା କରିବା ପାଇଁ ନୂଆ SOP ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳଙ୍କୁ ଏଥିପାଇଁ ଅଧିକୃତ କରାଯାଇଛି । ସରକାର ଦେଇଥିବା SOP ବାହାରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ।

ଦିନ 11ଟାରୁ ଅପରାହ୍ଣ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ଅନୁଭୂତ ହେଉଛି । ଏହି ସମୟରେ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସକୁ ସତର୍କ କରାଯାଇଛି । କଲ ଆସିବାର 20 ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବ ।

Leave A Reply

Your email address will not be published.