ଜଳୁଛି ଓଡିଶା, 40 ଡିଗ୍ରୀ ଉପରେ 15 ସହର
ଟିଟିଲାଗଡ଼ରେ ୪୨.୭, ଝାରସୁଗୁଡ଼ା ୪୨.୬, ଭବାନୀପାଟଣା ୪୨ ଡିଗ୍ରୀ, ସମ୍ୱଲପୁର ଓ ନୂଆପଡ଼ା ୪୧.୬ ତାପମାତ୍ରା ରେକର୍ଡ ହୋଇଛି
ଭୁବନେଶ୍ୱର:ଜଳୁଛି ଓଡ଼ିଶା। ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ। ଆଗକୁ ଆକାଶରୁ ଖସିବ ନିଆଁ ପିଣ୍ଡୁଳା। କଲବଲ କରିବ ଖରା ଓ ଗୁଳୁଗୁଳି। ଦିନ କି ରାତି ତ୍ରାହି ମିଳିବନି। ପ୍ରଚଣ୍ଡ ଗ୍ରୀଷ୍ମଲହରୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ଟିଟିଲାଗଡ଼ରେ ୪୨.୭, ଝାରସୁଗୁଡ଼ା ୪୨.୬, ଭବାନୀପାଟଣା ୪୨ ଡିଗ୍ରୀ, ସମ୍ୱଲପୁର ଓ ନୂଆପଡ଼ା ୪୧.୬ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ହୀରାକୁଦରେ ୪୧.୪, ତାଳଚେର ଓ ବଲାଙ୍ଗିର ୪୧, ରାଉରକେଲା ୪୦.୯, ବୌଦ୍ଧ ୪୦.୮, ସୋନପୁର ୪୦.୬, ସୁନ୍ଦରଗଡ଼ ୪୦.୨, ଅନୁଗୁଳ ୪୦.୧, ମାଲକାନଗିରି ଓ କେନ୍ଦୁଝରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକଡର୍ର୍ ହୋଇଥିବା ସୂଚନା ମିଳିଛି।ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ। ଆଗକୁ ଆକାଶରୁ ଖସିବ ନିଆଁ ପିଣ୍ଡୁଳା। କଲବଲ କରିବ ଖରା ଓ ଗୁଳୁଗୁଳି। ଦିନ କି ରାତି ତ୍ରାହି ମିଳିବନି। ପ୍ରଚଣ୍ଡ ଗ୍ରୀଷ୍ମଲହରୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ