ପୂର୍ବରେ କାଳବୈଶାଖୀ ବର୍ଷା, ପଶ୍ଚିମରେ ତାତି
ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ପବନରେ ବେଗ ୪୦-୫୦ କି.ମି ଯାଏଁ ବହିବ
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପୂର୍ବ ଜିଲ୍ଲାଗୁଡ଼ିକରେ ରଜ ପାଗ ଦେଇଥିବାବେଳେ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ଖରା ଛାଇର ଲୁଚକାଳି ଖେଳୁଛି । ସକାଳୁ ପୂରା ପାଗ ଛାଇ ଛାଇ ରହୁଥିବାବେଳେ ପୂର୍ବାହ୍ନ ୧୧ଟାରୁ ଟାଣ ଖରା ହେଉଛି । ସେପଟେ ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଛି । ପ୍ରଖର ଖରାରେ ଏବେଠୁ ସନ୍ତୁଳି ହେଲାଣି ପଶ୍ଚିମ ଜିଲ୍ଲା ।
ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ପବନରେ ବେଗ ୪୦-୫୦ କି.ମି ଯାଏଁ ବହିବ । ଏନେଇ ୟେଲୋ ୱାଣ୍ଣିଂ ଜାରି କଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର । ସେହିପରି ଯାଜପୁର, କେନ୍ଦ୍ରାପଡା, କଟକ, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀକ, କଳାହାଣ୍ଡି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖାଦେଇପାରେ ।