thelifelinemedia
Latest Odisha News, Breaking News Today

ଦେଢଗୁଣା ବଢ଼ିପାରେ ଲୋକସଭା ସିଟ୍:୫୪୩ରୁ ୮୫୦କୁ ବଢାଇବାକୁ ରହିଛି ପ୍ରସ୍ତାବ, ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ୩୩ ପ୍ରତିଶତ ସିଟ୍

ଏପ୍ରିଲ ୧୬ରୁ ୧୮ ଯାଏଁ ୩ ଦିନ ସଂସଦରେ ମହିଳା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଧିବେଶନ ଏବଂ 'ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଲୋଚନାରେ ଆସିପାରେ ବିଲ୍

ନୂଆଦିଲ୍ଲୀ: ୨୦୨୯ ସାଧାରଣ ନିର୍ବାଚରେ ବଦଳିଯିବ ଲୋକସଭା ଚିତ୍ର। ପ୍ରାୟ ୫୬ ପ୍ରତିଶତ ବଢିବ ସାଂସଦଙ୍କ ସଂଖ୍ୟା । ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବଢାଇବାକୁ ରହିଛି ପ୍ରସ୍ତାବ। ଯେଉଁଥିରେ ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ ୩୫ ଆସନ। ଲୋକସଭା ସିଟରେ ବଡ଼ଧରଣର ବୃଦ୍ଧି ଯୋଜନା କରୁଛନ୍ତି ସରକାର। ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ୩୩ ପ୍ରତିଶତ ସିଟ୍।ଏପ୍ରିଲ ୧୬ରୁ ୧୮ ଯାଏଁ ୩ ଦିନ ସଂସଦରେ ମହିଳା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଧିବେଶନ ଏବଂ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଲୋଚନାରେ ଆସିପାରେ ବିଲ୍ । ଖୁବଶୀଘ୍ର ନୂଆ ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ ପ୍ରକ୍ରିୟା ଆରମ୍ଭ ହେବାକୁ ଯୋଜନା ରହିଥିବାବେଳେ ୨୦୨୯ ବର୍ଦ୍ଧିତ MP ସିଟ୍ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ନୂଆ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠନ କରାଯିବ। ଲୋକସଭାରେ ସିଟ୍ ୮୫୦କୁ ବଢ଼ିଲେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେବ ୪୨୬। ବିଶେଷ କରି ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶା ପରି ରାଜ୍ୟରେ ଆସନ ସଂଖ୍ୟା ଆଖିଦୃଶିଆ ବୃଦ୍ଧି ହେବା ସହ ଏସସି/ଏସଟି ବର୍ଗଙ୍କ ପାଇଁ ବି ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି ପାଇବ।

Leave A Reply

Your email address will not be published.