thelifelinemedia
Latest Odisha News, Breaking News Today

ତେଜିଲା ବବି ପ୍ରଭାତ ବାକଯୁଦ୍ଧ: ପ୍ରଭାତ ବିଶ୍ବାଳ କୃତଘ୍ନ ବୋଲି କହିଲେ ବବି

ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି, ବାପପୁଅ ୫ ଶହ ଥର ମୋ ପାଖକୁ ଆସିଛନ୍ତି। କଣ ନେଇଛନ୍ତି ସେଟା ଛୋଟ କଥା କହିବିନି। ସୌଭିକ ବିଶ୍ବାଳଙ୍କୁ ମଧ୍ୟ ଟାର୍ଗେଟ୍‌ କରି ରଖିଲେ ମତ

ଭୁବନେଶ୍ୱର: ବିଜେଡି ଯୁବ ଛାତ୍ର ସମାବେଶରେ ପ୍ରଭାତ ବିଶ୍ବାଳଙ୍କୁ ବରିଷ୍ଠ ବିଜେଡି ନେତା ବବି ଦାସଙ୍କ ଟାର୍ଗେଟ୍‌। ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ପ୍ରସଙ୍ଗରେ ରଖିଲେ ମତ। ବିଜେଡିକୁ ଭୋଟ୍‌ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ବାଳ। ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଦେବି ଭୋଟ୍‌ କହିଥିଲେ। ବିଜେଡି ବିଧାୟକ ଧ୍ରୁବ ସାହୁ ଅଛନ୍ତି ସାକ୍ଷୀ ଅଛନ୍ତି ବୋଲି ବବି ଦାସ କହିଛନ୍ତି।

କହିଲେ, ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି, ବାପପୁଅ ୫ ଶହ ଥର ମୋ ପାଖକୁ ଆସିଛନ୍ତି। କଣ ନେଇଛନ୍ତି ସେଟା ଛୋଟ କଥା କହିବିନି। ସୌଭିକ ବିଶ୍ବାଳଙ୍କୁ ମଧ୍ୟ ଟାର୍ଗେଟ୍‌ କରି ରଖିଲେ ମତ।୨୦୧୯ ଓ ୨୦୨୪ରେ ଟିକେଟ ନେଲା ବେଳେ ସ୍ବାଭିମାନ କେଉଁଠି ଥିଲା ସେତେବେଳେ ସ୍ବାଧୀନ ଭାବେ ଛିଡ଼ା ହୋଇ ବାପା ପାଇଁ ବାହାରିଛ କହିଲନି।

ଖାଲି ସେତିକି ନୁହେଁ, ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବାବଦରେ ମଧ୍ୟ ରଖିଲେ ପ୍ରତିକ୍ରିୟା। ତାଙ୍କ ଅଭିମାନର ଦରଦ ରହିଛି, ମୋତେ ପୁଅ ଭଳି ସ୍ନେହ କରିଛନ୍ତି। ଭୋଟ ଦେଲାବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର, କିନ୍ତୁ ସେଟା ସେ ଦେଖିନାହାନ୍ତି। ତେବେ ଏ ନେଇ ବବିଙ୍କ ଅଭିଯୋଗ ନେଇ ପ୍ରଭାତ ବିଶ୍ବାଳ ଓ ସୌଭିକଙ୍କ ପ୍ରତିକ୍ରିୟା ମିଳି ପାରିନି।

Leave A Reply

Your email address will not be published.