ଆସୁଛି ନୁଆ ବିଦ୍ୟୁତ ଯାନ ନୀତି, 2028ରୁ ବନ୍ଦ ହେବ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି
ନୂଆ ନୀତିର ବିଜ୍ଞପ୍ତି ଜାରି ହେବାର ୨ ବର୍ଷ ମଧ୍ୟରେ ସ୍କୁଲଗୁଡ଼ିକର ମାଲିକାନାରେ ଥିବା କିମ୍ବା ଲିଜ୍ ଓ ଭଡ଼ାରେ ନିଆଯାଇଥିବା ଗାଡ଼ିର ଅତିକମ୍ରେ ୧୦ ପ୍ରତିଶତ ଗାଡ଼ି ବିଦ୍ୟୁତ୍ ଯାନ ହୋଇଥିବା ଆବଶ୍ୟକ
ନୂଆଦିଲ୍ଲୀ:ଦିଲ୍ଲୀ ସରକାର ନୂଆ ବିଦ୍ୟୁତ ଯାନ ନୀତି ଆଣିବାକୁ ଯାଉଛନ୍ତି | ନୂଆ ନୀତି ଅନୁଯାୟୀ ,୨୦୨୮ ଏପ୍ରିଲ ପହିଲାରୁ ଦିଲ୍ଲୀରେ କେବଳ ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ପଞ୍ଜୀକରଣକୁ ଅନୁମତି ଦିଆଯିବ। ଏହା ପୂର୍ବରୁ ୨୦୨୭ ଜାନୁଆରି ପହିଲାରୁ କେବଳ ଇଲେକ୍ଟ୍ରିକ ୩ ଚକିଆ ବା ଅଟୋ ପଞ୍ଜୀକରଣ କରାଯିବ।
ସ୍କୁଲ ଗାଡ଼ି କ୍ଷେତ୍ରରେ ମଧ୍ୟ ଇଲେକ୍ଟ୍ରିକ ଗାଡ଼ି ବା ବସ୍ ଚଳାଚଳ ନେଇ ଚିଠା ନୀତିରେ ପ୍ରସ୍ତାବ ରହିଛି। ନୂଆ ନୀତିର ବିଜ୍ଞପ୍ତି ଜାରି ହେବାର ୨ ବର୍ଷ ମଧ୍ୟରେ ସ୍କୁଲଗୁଡ଼ିକର ମାଲିକାନାରେ ଥିବା କିମ୍ବା ଲିଜ୍ ଓ ଭଡ଼ାରେ ନିଆଯାଇଥିବା ଗାଡ଼ିର ଅତିକମ୍ରେ ୧୦ ପ୍ରତିଶତ ଗାଡ଼ି ବିଦ୍ୟୁତ୍ ଯାନ ହୋଇଥିବା ଆବଶ୍ୟକ | ୩ ବର୍ଷ ଶେଷ ବେଳକୁ ଏହାର ଅଂଶ ୨୦ ପ୍ରତିଶତକୁ ଏବଂ ୨୦୩୦ ମାର୍ଚ୍ଚ ୩୧ ସୁଦ୍ଧା ଏହାର ଅଂଶ ଅତିକମ୍ରେ ୩୦ ପ୍ରତିଶତ ହେବା ଆବଶ୍ୟକ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗକୁ କୁହାଯାଇଛି।