thelifelinemedia
Latest Odisha News, Breaking News Today

ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମୋକିମଙ୍କ ଦଳ

ଓଜେସି ବିଜେପିର ବି-ଟିମ୍ କଥାକୁ ଖଣ୍ଡନ କରିଥିଲେ ମୋକିମ୍। ମୋକିମ କହିଥିଲେ କଂଗ୍ରେସ ଯାହା ଅଭିଯୋଗ କରୁଛି ତାହା ମିଛ

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ ଦଳର ମୂଳଦୁଆ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର ସତ୍ୟନଗରରେ ଓଡ଼ିଶା ଜନତା କଂଗ୍ରେସ ଦଳର ମୁଖ୍ୟ ତଥା ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଜେସି ବିଜେପିର ବି-ଟିମ୍ କଥାକୁ ଖଣ୍ଡନ କରିଥିଲେ ମୋକିମ୍। ମୋକିମ କହିଥିଲେ କଂଗ୍ରେସ ଯାହା ଅଭିଯୋଗ କରୁଛି ତାହା ମିଛ। କଂଗ୍ରେସ କଣ କରୁଛି, ତାହା ଗତ ରାଜ୍ୟସଭା ନିର୍ବାଚନରେ ପ୍ରମାଣିତ ହୋଇଛି। କଂଗ୍ରେସ ଜଣେ ବାହାର ଲୋକଙ୍କୁ ବିଜେଡି କଥାରେ ସମର୍ଥନ କଲା। ନିଜ ଦଳର ବିଧାୟକଙ୍କୁ ନିଲମ୍ବନ କଲା।

Leave A Reply

Your email address will not be published.