thelifelinemedia
Latest Odisha News, Breaking News Today

ଆମେରିକା ଆଗରେ ନଇଁଲାନି ଇରାନ: ୧୫ ଘଣ୍ଟାର ମାରାଥନ୍ ଆଲୋଚନା ବିଫଳ:ଆଗକୁ ହେବ ଘମାଘୋଟ ଯୁଦ୍ଧ, ଆହୁରି ଜଳିବ ପଶ୍ଚିମ ଏସିଆ 

ହରମୁଜ ପ୍ରଣାଳୀ ଏବଂ ଲେବାନନ ଯୁଦ୍ଧବିରତି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଅସହମତି ଯୋଗୁଁ ଏହି ବୈଠକ ଫେଲ୍ ମାରିଛି।

ବ୍ୟୁରୋ: ପାକିସ୍ତାନର ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ୨୧ ଘଣ୍ଟାର ମାରାଥନ ଶାନ୍ତି ଆଲୋଚନା ବିନା କୌଣସି ସମାଧାନରେ ବିଫଳ ହୋଇଛି। ଆମେରିକାର କଠୋର ସର୍ତ୍ତାବଳୀକୁ ଇରାନ ଗ୍ରହଣ ନକରିବାରୁ, ବିନା ଚୁକ୍ତିରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଫେରିଯାଇଛନ୍ତି । ହରମୁଜ ପ୍ରଣାଳୀ ଏବଂ ଲେବାନନ ଯୁଦ୍ଧବିରତି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଅସହମତି ଯୋଗୁଁ ଏହି ବୈଠକ ଫେଲ୍ ମାରିଛି।

ଇରାନ ସୂଚନା ଦେଇଛି ଆଲୋଚନାରେ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, କିନ୍ତୁ ଆମେରିକାର ମତ ଅତ୍ୟଧିକ କଠୋର ରହିଥିଲା।ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଦୁଃଖଦ ଖବର ହେଉଛି ଯେ ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ମୁଁ ଭାବୁଛି ଏହା ଆମେରିକା ଅପେକ୍ଷା ଇରାନ ପାଇଁ ଖରାପ ଖବର । ତେଣୁ, ଆମେ କୌଣସି ଚୁକ୍ତି ବିନା ଆମେରିକାକୁ ଫେରୁଛୁ। ଏଭଳି ସ୍ଥିତିରେ ଆଗକୁ ପଶ୍ଚିମ ଏସିଆରେ ଯୁଦ୍ଧ ଆହୁରି ଘମାଘୋଟ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.