thelifelinemedia
Latest Odisha News, Breaking News Today

କଣ୍ଠଶିଳ୍ପୀ  ଆଶା ଭୋଁସଲେ ଅସୁସ୍ଥ: ହାର୍ଟ ଆଟାକ ଯୋଗୁଁ ମେଡିକାଲରେ ଭର୍ତ୍ତି: ଆଶୁ ଆରୋଗ୍ୟ କାମନା କଲେ ପ୍ରଂଶସକ

ଗାୟୀକା ଆଶାଙ୍କୁ ଏବେ ୯୨ ବର୍ଷ ବୟସ । ସେ ୭୦ ବର୍ଷ ଧରି ସଂଗୀତ ଦୁନିଆରେ ଆକ୍ଟିଭ୍ ରହିଛନ୍ତି । ସେ ଭିନ୍ନ ଭିନ୍ନ ଭାଷାରେ ୧ ହଜାରରୁ ଅଧିକ ଗୀତ ଗାଇଛନ୍ତି ।

ନୂଆଦିଲ୍ଲୀ:ଶନିବାର ପ୍ରବୀଣ ଗାୟିକା ଆଶା ଭୋଁସଲେଙ୍କୁ ହୃଦଘାତ ଯୋଗୁଁ ମୁମ୍ବଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଜରୁରୀକାଳୀନ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏନେଇ ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କ ପରିବାରର କୌଣସି ସଦସ୍ୟ ଏପର୍ଯ୍ୟନ୍ତ ଏସମ୍ପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନ୍ୟାନ୍ୟ ବିବରଣୀ ଅପେକ୍ଷା କରାଯାଇଛି।

ସୂଚନା ଥାଉକି ପ୍ରସିଦ୍ଧ ଗାୟୀକା ଆଶାଙ୍କୁ ଏବେ ୯୨ ବର୍ଷ ବୟସ । ସେ ୭୦ ବର୍ଷ ଧରି ସଂଗୀତ ଦୁନିଆରେ ଆକ୍ଟିଭ୍ ରହିଛନ୍ତି । ସେ ଭିନ୍ନ ଭିନ୍ନ ଭାଷାରେ ୧ ହଜାରରୁ ଅଧିକ ଗୀତ ଗାଇଛନ୍ତି । ତାଙ୍କୁ ୨୦୦୦ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା । ସେହିଭଳି ୨୦୦୮ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତ ଲତା ମଙ୍ଗେସକରଙ୍କ ସେ ସାନ ଭଉଣୀ । ତେବେ ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ ଓ ପ୍ରଶଂସକ ।

Leave A Reply

Your email address will not be published.