thelifelinemedia
Latest Odisha News, Breaking News Today

୭ ଦିନ ଯାଏ ରାଜ୍ୟକୁ ଅସହ୍ୟ ଗରମ ଓ ଗୁଳୁଗୁଳି: ତାତିର ତାଉ ଦେଖିବ ରାଜ୍ୟ

୧୩ ତାରିଖରୁ ଖରାର ପ୍ରକୋପ ଆହୁରି ବଢିବ । ବରଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୭ ତାରିଖ ଯାଏ ପ୍ରବଳ ଗରମ ଓ ଗୁଳୁଗୁଳି ସହ ହିଟ୍ ୱେଭ୍ ଚେତାବନୀ

ଭୁବନେଶ୍ୱର:ଆଗାମୀ ୭ ଦିନ ଯାଏ ରାଜ୍ୟକୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ଆଜି ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ବି ୧୧ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ପୁରା ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ। କିଛି ଜାଗାରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଚେତାବନୀ ଦିଆଯାଇଛି।

୧୩ ତାରିଖରୁ ଖରାର ପ୍ରକୋପ ଆହୁରି ବଢିବ । ବରଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୭ ତାରିଖ ଯାଏ ପ୍ରବଳ ଗରମ ଓ ଗୁଳୁଗୁଳି ସହ ହିଟ୍ ୱେଭ୍ ଚେତାବନୀ ଜାରି ହୋଇଛି । ଗରମ ଯୋଗୁଁ କାମ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି। ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।

Leave A Reply

Your email address will not be published.