thelifelinemedia
Latest Odisha News, Breaking News Today

ମଧ୍ଯପ୍ରାଚ୍ୟ ଯୁଦ୍ଧରେ ନୂଆ ମୋଡ :5 ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ଟ୍ରମ୍ପ ,ଆମେରିକା ଇରାନ ଶାନ୍ତି କଥାବାର୍ତ୍ତା ସମ୍ଭାବନା 

ନେତନ୍ୟାହୁ ନିଜ ଜିଦରେ ଅଟଳ ରହିଛନ୍ତି। ଯେ ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ବାବଦରେ ଗ୍ୟାରେଣ୍ଟି ନମିଳିଛି ସେବେଯାଏଁ ଯୁଦ୍ଧ ଅଟକିବ ନାହିଁ ବୋଲି ସେ କହିଛନ୍ତି

ବ୍ୟୁରୋ:ଇରାନ ସାମ୍ନାରେ ଡରିଗଲେ ଆମେରିକା ରାଷ୍ଟ୍ରପତି। ଇରାନ ଆକ୍ରମଣକୁ ଚେକ୍ ଦେଇ ପାରିଲାନି କି ଆମେରିକା। ହଠାତ ଟ୍ରମ୍ପଙ୍କ ଯୁଦ୍ଧ 5 ଦିନିଆ ଯୁଦ୍ଧ ବନ୍ଦ ରଖିବା ଘୋଷଣା ବିଶ୍ୱନେତାକୁ ଚମକାଇ ଦେଇଛି। କୁହାଯାଉଛି ତେହେରାନ ଯେମିତି ଭୟାନକ ଆକ୍ରମଣ କରୁଛି ତାହା ଦେଖି ଭୟ ପାଇଗଲେ ଟ୍ରମ୍ପ। ସେଥିପାଇଁ ଯୁଦ୍ଧ ବିରତି ଘୋଷଣା କଲମ ଟ୍ରମ୍ପ କହିଛନ୍ତି ଇରାନ ସହ ଫୋନ୍ ରେ କଥା ହୋଇଛନ୍ତି । ଇରାନ ଶାନ୍ତି କଥା ବାର୍ତ୍ତା ପାଇଁ ରାଜି ହେବା ପରେ ସେ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ହେଲେ ଇରାନ ଟ୍ରମ୍ପଙ୍କ କଥାକୁ ଖଣ୍ଡନ କରିଛି। ଟ୍ରମ୍ପ ମିଛ କହୁଛନ୍ତି ବୋଲି ଇରାନ ମିଡ଼ିଆ କହୁଛି।

ଅନ୍ୟପଟେ ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ଇରାନ ଉପରେ ଆକ୍ରମଣ ଜାରି ରହିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନର କୌଣସି ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବେ ନାହିଁ ବୋଲି କହିଥିଲେ । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ଜିଦରେ ଅଟଳ ରହିଛନ୍ତି। ଯେ ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ବାବଦରେ ଗ୍ୟାରେଣ୍ଟି ନମିଳିଛି ସେବେଯାଏଁ ଯୁଦ୍ଧ ଅଟକିବ ନାହିଁ ବୋଲି ସେ କହିଛନ୍ତି । ଖାଲି ଏତିକି ନୁହେଁ ଟ୍ରମ୍ପଙ୍କ ଘୋଷଣା ପରେ ବି ଇରାନ ସମେତ ଅନେକ ସ୍ଥାନରେ ମିସାଇଲ ଆକ୍ରମଣ ଜାରି ରଖିଛି।

Leave A Reply

Your email address will not be published.