thelifelinemedia
Latest Odisha News, Breaking News Today

ଆଗକୁ ପ୍ରବଳ ହେବ ତାତି

ଭୁବନେଶ୍ୱର: କିଛି ଦିନର ଆଶ୍ୱସ୍ତି ପରେ ପୁଣି ତାତିବ ଓଡ଼ିଶା । ଏବେ କାଳବୈଶାଖୀର କରାଳ ରୂପ କଲବଲ କରୁଥିବା ବେଳେ ମାତ୍ର ୨ ଦିନ ପରେ ପୁଣି ପ୍ରଚଣ୍ଡ ଖରା କଲବଲ କରିବ ।

ଅପରାହ୍ନ ହେଲେ ଏବେ କଳାହାଣ୍ଡିଆ ହୋଇ ମେଘ ଘୋଟି ଆସୁଛି । ଆଉ ପ୍ରବଳ କାଚୁଛି । କହିବାକୁ ଗଲେ ଏବେ ପାଗ ଏକ ପ୍ରକାରର ଥଣ୍ଡା ଅଛି । କିନ୍ତୁ ଆଗକୁ ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ।

୧୧ ତାରିଖରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୧ ତାରିଖରେ ୧୧ ଟି ଜିଲ୍ଲାରେ ଗରମ, ଗୁଳୁଗୁଳି ଓ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.