thelifelinemedia
Latest Odisha News, Breaking News Today

ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଦିଲ୍ଲୀପ:ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି

୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ୨୦୦୨ରେ ଗୋଟେ ସଂଖ୍ୟା ନଥିଲା, ଏବେ ୨୦ ବିଜେପି ବିଧାୟକ ସାହାଯ୍ୟ କଲେ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ରାୟ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି। କ୍ରସ୍ ଭୋଟିଂ ହୋଇଛି, ତା’ ସହ ମୋ ପ୍ରତି ଭଲ ପାଇବା ଅଛି ବୋଲି ଦିଲୀପ କହିଛନ୍ତି।

ଦିଲୀପ ଆହୁରି କହିଛନ୍ତି, ବିଜେପି ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି। ମାସେ, ୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ୨୦୦୨ରେ ଗୋଟେ ସଂଖ୍ୟା ନଥିଲା, ଏବେ ୨୦ ବିଜେପି ବିଧାୟକ ସାହାଯ୍ୟ କଲେ। ଜିତିବା ପରେ କାଲି ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛି। ଆଜି ଗୋଟିଏ ଜାଗାରେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବିବୋଲି ଦିଲୀପ ରାୟ କହିଛନ୍ତି।

Leave A Reply

Your email address will not be published.