ନୂଆପଡାରେ ହୀରା ଖଣିର ସନ୍ଧାନ:ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର, ବିଧାନସଭାରେ ତଥ୍ଯ ରଖିଲେ ମନ୍ତ୍ରୀ
ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର ସନ୍ଧାନ ଚିହ୍ନଟ ହୋଇଛି। ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି
ଭୁବନେଶ୍ୱର:ଓଡିଶା ମାଟିତଳେ ହୀରା ରହିଥିବା ବିଧାନସଭାରେ ତଥ୍ଯ ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତ ଭୂଷଣ ଜେନା। ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।ଜୁନାଗଡରେ ମାଣିକ ଥିବାର ଚିହ୍ନଟ ହୋଇଛି। ଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି
ସେହିପରି ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର ସନ୍ଧାନ ଚିହ୍ନଟ ହୋଇଛି। ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି। ମୟୂରଭଞ୍ଜ କୁଳିଅଣା ମଦନାସାହି-କାଞ୍ଜିଆରେ ତମ୍ବାବାହୀ ପଥରର ସନ୍ଧାନ ହୋଇଛି। ତମ୍ବାପଥର ସହ ସୁନା ଥିବାର ମଧ୍ଯ ଆକଳନ ହୋଇଛି। ବଂଶପାଳ ଗୋପୁର-ଜଳଡ଼ିହିରେ ସୁନାପଥରର ସନ୍ଧାନ ମିଳିଛି। ଗୃହରେ ଏ ନେଇ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଲିଖିତ ଉତ୍ତର ଦେଇଛନ୍ତି।