ନବୀନଙ୍କୁ ଆଇନ ଜଣା ନାହିଁ:ନବୀନଙ୍କ ଆରୋପର ଜବାବ ରଖିଲେ ସରୋଜ ପାଢ଼ୀ,ଦୁଇଟି ବାଲଟ ଦେବା ବେଆଇନ ନୁହେଁ
ଦୁଇଟି ବାଲଟ ଦେବା ବେଆଇନ ନୁହେଁ। ଉପାସନା ଭୋଟ୍ ଏଜେଣ୍ଟଙ୍କୁ ଦେଖାଇ ନାହାନ୍ତି। ସେ ସିଧା ପୋଲିଂ ଅଫିସରଙ୍କ ପାଖକୁ ଯାଇ ୨ୟ ବାଲଟ ଆଣିଛନ୍ତି
ଭୁବନେଶ୍ୱର: ଆଜି ଓଡିଶାର 4 ରାଜ୍ୟସଭା ଆସନ ପାଇଁ ମତଦାନ ଚାଲିଛି। ତିନି ପ୍ରମୁଖ ରାଜନୈତିକ ଡ଼ଲାର ବିଧାୟକମାନେ ଭଟ୍ ଦେଉଛନ୍ତି। ୟାରି ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜାରି ରହିଛି। ନବୀନଙ୍କୁ ଆଇନ ଜଣା ଅଛି କି ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ। କହିଲେ, ଦୁଇଟି ବାଲଟ ଦେବା ବେଆଇନ ନୁହେଁ। ଉପାସନା ଭୋଟ୍ ଏଜେଣ୍ଟଙ୍କୁ ଦେଖାଇ ନାହାନ୍ତି। ସେ ସିଧା ପୋଲିଂ ଅଫିସରଙ୍କ ପାଖକୁ ଯାଇ ୨ୟ ବାଲଟ ଆଣିଛନ୍ତି।
କୌଣସି ପ୍ରକାର ବେଆଇନ କାମ ହୋଇ ନାହିଁ ବୋଲି ସରୋଜ କହିଛନ୍ତି। ବିଜେପି ନେତ୍ରୀ ଦୁଇଟି ବାଲଟ ଆଣିବାକୁ ନେଇ ବିଜେଡି ନେତାମାନେ ଏହଟ ବିରୋଧ କରିଥିଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ବେଆଇନ ବୋଲି କହିଥିଲେ। ଯାହାକୁ ନେଇ ତେଜିଛି ଆକ୍ଷେପ ପ୍ରତି ଆକ୍ଷେପ ରାଜନୀତି।