thelifelinemedia
Latest Odisha News, Breaking News Today

ବାଜିଲା ବିଧାନସଭା ନିର୍ବାଚନ ବିଗୁଲ :4 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆସିଲା ନିର୍ବାଚନ ତାରିଖ , ଲାଗୁ ହେଲା ଆଦର୍ଶ ଆଚରଣ ବିଧି: ମେ 4 ରେ ଆସିବ ଫଳାଫଳ

ଆସାମ ବ୍ୟତୀତ ସବୁ ରାଜ୍ୟରେ ଆଞ୍ଚଳିକ ଦଳ ସରକାରରେ ରହିଛନ୍ତି। ତେଣୁ ଏହି ସବୁ ରାଜ୍ୟରେ ଆଞ୍ଚଳିକ ପ୍ରସଙ୍ଗ ହିଁ ମୁଦ୍ଦା ବନିବ ବୋଲି କୁହାଯାଉଛି

ନୂଆଦିଲ୍ଲୀ: ଆସାମ, ପଶ୍ଚିମ ବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏପ୍ରିଲ 9 ରୁ ଏପ୍ରିଲ 29 ତାରିଖ ପର୍ଯ୍ୟନ୍ତ ଗଣତନ୍ତ୍ରର ଏ ମହାନ୍ ପର୍ବ ଅନୁଷ୍ଠିତ ହେବ। କେରଳ, ଆସାମ, ପୁଡୁଚେରୀରେ ଏପ୍ରିଲ 9 ତାରିଖରେ ଭୋଟ ପଡିବ। ସେହିପରି ତାମିଲନାଡୁରେ ଏପ୍ରିଲ 23ରେ ଭୋଟିଂ ହେବ। ପଶ୍ଚିମ ବଙ୍ଗରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ପୁର୍ବରୁ ପଶ୍ଚିମ ବଙ୍ଗରେ 8 ଟି ପର୍ଯ୍ୟାୟରେ ଭୋଟ ପଡ଼ିଥିବା ବେଳେ ଏଥର ମାତ୍ର 2ତି ପର୍ଯ୍ୟାୟରେ ଭୋଟ ହେବ। ସବୁ ରାଜ୍ୟର ଫଳାଫଳ ମେ 4 ତାରିଖରେ ବାହାରିବ।

ଏଥର ନିର୍ବାଚନରେ ଆଞ୍ଚଳିକ ଦଳର ଦଵଦବା ଦେଖିବାକୁ ମିଳିବ। ଆସାମ ବ୍ୟତୀତ ସବୁ ରାଜ୍ୟରେ ଆଞ୍ଚଳିକ ଦଳ ସରକାରରେ ରହିଛନ୍ତି। ତେଣୁ ଏହି ସବୁ ରାଜ୍ୟରେ ଆଞ୍ଚଳିକ ପ୍ରସଙ୍ଗ ହିଁ ମୁଦ୍ଦା ବନିବ ବୋଲି କୁହାଯାଉଛି। ଖାସ୍ କରି ପଶ୍ଚିମ ବଙ୍ଗର ଓ ତାମିଲ ନାଡୁରେ ନିର୍ବାଚନ ଏଥର ବେଶ ରୋଚକ ହେବ। ପଶ୍ଚିମବଙ୍ଗରେ ମମତା ସରକାର ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ବିଜେପି ମଧ୍ୟ ଅନୁପ୍ରବେଶ, ଦୁର୍ନୀତି, ପଳାୟନ ପ୍ରସଙ୍ଗକୁ ନେଇ ଟିଏମସି ସରକାରଙ୍କୁ ଘେରିଛି। ତେଣୁ ଏଥର ପଶ୍ଚିମବଙ୍ଗ ନିର୍ବାଚନ ବେଶ ରୋଚକ ହେବ। ସେହିପରି ତାମିଲନାଡୁରେ ଶାସକ ଡିଏମକେ ଏଥର ନିର୍ବାଚନରେ ହରଡ଼ଘଣାରେ ପଡିପାରେ। ବିଜେପି ସେଠି ଭଲ କରିବାକୁ ଏକ ପ୍ରକାର ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି। ଆସାମରେ ବିଜେପି କ୍ଷମତା ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ କେରଳ ଓ ପୁଡ଼ିଚେରିରେରେ ଆଞ୍ଚଳିକ ଦଳର ପ୍ରଭାବ ଏଥର ନିର୍ବାଚନରେ ଦେଖିବାକୁ ମିଳିପାରେ।

Leave A Reply

Your email address will not be published.