thelifelinemedia
Latest Odisha News, Breaking News Today

କ୍ରିକେଟର କୁଲଦୀପ ଯାଦବଙ୍କ ଦ୍ୱିତୀୟ ଇନିଂସ: ବିବାହ କରିବାକୁ ଯାଉଛନ୍ତି କୁଲଦୀପ, ପିଲାଦିନର ସାଙ୍ଗ ବଂଶିକାଙ୍କ ହାତ ଧରିବେ ଚାଇନା ମ୍ୟାନ 

ବିବାହ ପାଇଁ ପ୍ରାୟ ୨ କୋଟି ଖର୍ଚ୍ଚ ହେବ। କୁଲଦୀପଙ୍କ ନିର୍ବନ୍ଧ ଜୁନ୍ ୪, ୨୦୨୫ ରେ ଲକ୍ଷ୍ନୌରେ ଏକ ବ୍ୟକ୍ତିଗତ ଉତ୍ସବରେ ହୋଇଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କୁଲଦୀପ ଯାଦବ ଆରମ୍ଭ କରିବେ ନୂଆ ଇନିଂସ। ଆଜି ଉତ୍ତରାଖଣ୍ଡର ମସୁରୀ ଠାରେ ବିବାହ କରିବେ କୁଲଦୀପ। ଏହି ମ୍ୟାରେଜ ପାର୍ଟିରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ବହୁ ଭିଆଇପି ଯୋଗ ଦେବାର ସୂଚନା ମିଳିଛି। ପିଲାଦିନର ସାଙ୍ଗ ବଂଶିକାଙ୍କ ହାତ ଧରିବେ କୁଲଦୀପ ।

ଟି-୨୦ ବିଶ୍ୱକପ୍ ଜିତିବା ପରେ, କୁଲଦୀପ ଯାଦବଙ୍କ ବିବାହ ଏକ ଦ୍ୱିଗୁଣିତ ଖୁସି ସହ ସମାନ। କୁଲଦୀପ ତାଙ୍କ ବିବାହ ପାଇଁ ଡେରାଡୁନରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।ମସୁରୀର ୱେଲକମ୍ ହୋଟେଲ, ଦି ସାଭୋୟରେ ଅନୁଷ୍ଠିତ ହେବ। ବିବାହ ପାଇଁ ପ୍ରାୟ ୨ କୋଟି ଖର୍ଚ୍ଚ ହେବ। କୁଲଦୀପଙ୍କ ନିର୍ବନ୍ଧ ଜୁନ୍ ୪, ୨୦୨୫ ରେ ଲକ୍ଷ୍ନୌରେ ଏକ ବ୍ୟକ୍ତିଗତ ଉତ୍ସବରେ ହୋଇଥିଲା। ପ୍ରଥମେ ବିବାହ ନଭେମ୍ବର ୨୦୨୫ ରେ ହେବା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଭାରତୀୟ ଦଳର କାର୍ଯ୍ୟସୂଚୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.