thelifelinemedia
Latest Odisha News, Breaking News Today

ଡରାଇଲାଣି ତାତି:ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରୀ ପାର କରିଛି ଦିନ ତାପମାତ୍ରା, ପଶ୍ଚିମ ଓଡ଼ିଶାରେ ତାଉ ଦେଖାଉଛି ଖରା 

ଲଗାତାର କିଛି ଦିନ ହେବ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଛି। ସେଠାରେ 40 ଡ଼ିଗ୍ରୀ ଛୁଇଲାଣି ପାରଦ

ଭୁବନେଶ୍ୱର: ଖରା ଦିନ ନ ଆସୁଣୁ ରଜ୍ୟରେ ତାତି କଲବଲ କଲାଣି। ସବୁଠି ତାତିର କହର ଥିବା ବେଳେ ପଶ୍ଚିମ ଓଡିଶାରେ ତାତି ଅଧିକ ରହୁଛି। ଆଜି ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାତାର କିଛି ଦିନ ହେବ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଛି। ସେଠାରେ 40 ଡ଼ିଗ୍ରୀ ଛୁଇଲାଣି ପାରଦ।

ଏବେ ଖରା ଆସିନି, ବସନ୍ତ ଋତୁରେ ଯଦି ତାତି ଏତେ ତା ହେଲେ ଖରା ଦିନେ ସ୍ଥିତି ଅସମ୍ଭାଳ ହୋଇପାରେ। ଖରା ପାଇଁ ଆଜି ଦୁଇ ଜିଲ୍ଲା ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେବ୍ ୱର୍ଣିଂ ଥିବାବେଳେ ତାତି ଭିତରେ ଝଡ଼ ବର୍ଷା ନେଇ ବି ଅନୁମାନ କରିଛି ପାଣିପାଗ ବିଭାଗ। 15 ରୁ 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜାଗାରେ ଝଡ଼ ବର୍ଷା ହୋଇପାରେ। ଯାହା ଗରମରୁ ସାମାନ୍ୟ ଆଶ୍ୱସ୍ତି ଦେବ। ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି।ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.