thelifelinemedia
Latest Odisha News, Breaking News Today

ବଢ଼ିଲା କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଅଡ଼ୁଆ:ଜାତୀୟ ପତାକା ଧରି ସେଲିବ୍ରେଶନ କରିବା ମହଙ୍ଗା ପଡ଼ିଲା, ଥାନାରେ ହାର୍ଦ୍ଧିକଙ୍କ ବିରୁଧରେ ମାମଲା ରୁଜୁ

ପ୍ରେମିକା ମାହିକା ଶର୍ମାଙ୍କ ସହିତ ପଡ଼ିଆରେ ହାର୍ଦ୍ଧିକ ନାଚିଥିବାର ଦେଖାଯାଇଥିଲା। ସେହି ସମୟରେ ହାର୍ଦ୍ଦିକ ତାଙ୍କ ପିଠିରେ ଜାତୀୟ ପତାକାକୁ ଗୁଡ଼ାଇ ପିନ୍ଧିଥିବା ଦେଖାଯାଇଥିଲା

ବ୍ୟୁରୋ: ପଡିଆରେ ଜାତୀୟ ପତାକା ଧରି ପ୍ରେମିକାକୁ କିସ୍ କରିବା ଏବେ କ୍ରିକେଟର ତଥା ଭାରତୀୟ ଟିମର ଷ୍ଟାର ଅଲ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପାଇଁ ସମସ୍ୟା ବଢ଼ାଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବା ପରେ ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍ ପରେ, ଅନେକ ଭାରତୀୟ ଖେଳାଳିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ପଡ଼ିଆରେ ପହଞ୍ଚି ଏହି ବିଶେଷ ମୁହୂର୍ତ୍ତକୁ ଏକାଠି ପାଳନ କରିଥିଲେ। ବିଜୟର ଖୁସି ଖେଳାଳିମାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ଏବଂ ସେମାନେ ସେମାନଙ୍କ ପରିବାର ସହିତ ଏହି ଖୁସିର ସମୟ ବିତାଉଥିବାର ଦେଖାଯାଇଥିଲା। କିନ୍ତୁ ହାର୍ଦ୍ଧିକ ପାଣ୍ଡ୍ୟା ଅଲଗା ଅନ୍ଧାଜରେ ନଜର ଆସିଥିଲେ। ପ୍ରେମିକା ମାହିକା ଶର୍ମାଙ୍କ ସହିତ ପଡ଼ିଆରେ ହାର୍ଦ୍ଧିକ ନାଚିଥିବାର ଦେଖାଯାଇଥିଲା। ସେହି ସମୟରେ ହାର୍ଦ୍ଦିକ ତାଙ୍କ ପିଠିରେ ଜାତୀୟ ପତାକାକୁ ଗୁଡ଼ାଇ ପିନ୍ଧିଥିବା ଦେଖାଯାଇଥିଲା। ଏହି କାର୍ଯ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି।

ପୁଣେର ଜଣେ ଓକିଲ ୱାଜିଦ ଖାନ ଭାରତୀୟ ଜାତୀୟ ପତାକାକୁ ଅପମାନ କରିବା ଅଭିଯୋଗରେ ହାର୍ଦ୍ଦିକଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିଛନ୍ତି। ଓକିଲ ନିଜେ ଅଭିଯୋଗ କରିଛନ୍ତି ହାର୍ଦ୍ଧିକ ଅନୂପଯୁକ୍ତ ଭାବେ ଜାତୀୟ ପତାକାର ଅସମ୍ମାନ କରିଛନ୍ତି।ତେଣୁ ତାଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.