ବିଜେଡିର ଭିଜନ ନାହିଁ:ବିଜେପିରେ ରବୀନ୍ଦ୍ର ଜେନା ସାମିଲ୍ ନେଇ ବିଜେଡିର ଆକ୍ଷେପ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ
ବିଜେଡିର ଭିଜନ ନାହିଁ, କେବଳ କହିବା ଛଳରେ କହୁଛନ୍ତି।ନିଜର ଅପାରଗତା ଲୁଚାଇବା ପାଇଁ ବିଭିନ୍ନ ବାହାନା କରନ୍ତି ବୋଲି ସନ୍ତୋଷ କହିଛନ୍ତି
ଭୁବନେଶ୍ୱର: ଗଣତନ୍ତ୍ରରେ ଶାସନ ପ୍ରକ୍ରିୟା ଓ ନେତୃତ୍ବକୁ ଦେଖନ୍ତି ଭୋଟର ଓ ନେତା। ଶାସନ ପ୍ରକ୍ରିୟା ଓ ନେତୃତ୍ବକୁ ଦେଖି ନେତା ଓ ଭୋଟର ଦଳ ବାଛନ୍ତି। ବିଜେଡିରେ ନେତୃତ୍ବ ନାହିଁ, ଗତକାଲି ରବୀନ୍ଦ୍ର ଜେନା ନିଜେ କହି ସାରିଛନ୍ତି ବୋଲି ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। କହିଛନ୍ତି ମୋଦି ବିଶ୍ବର ଲୋକପ୍ରିୟ ନେତା ଓ ବିଜେପି ସର୍ବବୃହତ୍ ପାର୍ଟି। ରାଜ୍ୟରେ ୨ ବର୍ଷ ଧରି ଯେଉଁ ବିକାଶ କାମ ହୋଇଛି ଲୋକେ ଆକର୍ଷିତ ହେଉଛନ୍ତି। ବିଜେଡିର ଭିଜନ ନାହିଁ, କେବଳ କହିବା ଛଳରେ କହୁଛନ୍ତି।ନିଜର ଅପାରଗତା ଲୁଚାଇବା ପାଇଁ ବିଭିନ୍ନ ବାହାନା କରନ୍ତି ବୋଲି ସନ୍ତୋଷ କହିଛନ୍ତି। ସେମାନେ ଯାହାକୁ ନିଲମ୍ବନ କରନ୍ତି କିଛି ନା କିଛି ବାହାନା ଦର୍ଶାନ୍ତି। ଚିଟଫଣ୍ଡ ମାମଲା ପାଇଁ ରବୀନ୍ଦ୍ର ପଦ୍ମ ଧରିଥିବା କହିଥିଲେ ସ୍ବରୂପ ଦାସ।
ରବୀନ୍ଦ୍ର ଜେନା ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେବା ପରେ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଙ୍ଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରିଆସିଛି । କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି ବୋଲି ରବୀନ୍ଦ୍ର ଜେନା କହିଛନ୍ତି।