thelifelinemedia
Latest Odisha News, Breaking News Today

ରାଜ୍ୟସଭା ଭୋଟ୍: ସସ୍‌ପେନ୍ସ ବଢ଼ାଇଲେ ସୁବାସିନୀ: ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି କହିଲେ ସୁବାସିନୀ ଜେନା

ଚର୍ଚ୍ଚା ହେଉଛି ରବୀନ୍ଦ୍ର ଜେନା ଯେହେତୁ ବିଜେଡିକୁ ବାଏ ବାଏ କରିଛନ୍ତି ତେଣୁ ତାଙ୍କ ପତ୍ନୀ ହୁଏତ କ୍ରସ ଭୋଟିଂ କରି ପାରନ୍ତି । ତେଣୁ ସୁବସିନୀଙ୍କ ଭୋଟ ଉପରେ ସବୁ ଦଳ ନଜର ରଖିଛନ୍ତି

ଭୁବନେଶ୍ୱର: ବିଜେଡ଼ି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ପୂର୍ବତନ ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା ଏବେ ରାଜ୍ୟସଭା ଭୋଟ ରାଜନୀତିକୁ ସରଗରମ କରିଛି ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି। ଦଳର ଶୃଙ୍ଖଳାରେ ବାନ୍ଧି ହୋଇ ରହିଛି, ଦଳ ଯାହା କହିବ ମାନିବି ବୋଲି ସୁବସିନୀ ଜେନା କହିଛନ୍ତି।

ଚର୍ଚ୍ଚା ହେଉଛି ରବୀନ୍ଦ୍ର ଜେନା ଯେହେତୁ ବିଜେଡିକୁ ବାଏ ବାଏ କରିଛନ୍ତି ତେଣୁ ତାଙ୍କ ପତ୍ନୀ ହୁଏତ କ୍ରସ ଭୋଟିଂ କରି ପାରନ୍ତି । ତେଣୁ ସୁବସିନୀଙ୍କ ଭୋଟ ଉପରେ ସବୁ ଦଳ ନଜର ରଖିଛନ୍ତି। ସୂଚନା ଯୋଗ୍ୟ, ୨୦୧୯ ନିର୍ବାଚନରେ ଫଳାଫଳ ରବୀନ୍ଦ୍ରଙ୍କ ବିପକ୍ଷରେ ଯାଇଥିଲା । ପ୍ରତାପଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ଦଳ ରବୀନ୍ଦ୍ରଙ୍କୁ ବାଲେଶ୍ଵର ଜିଲ୍ଲା ସଭାପତି କରିଥିଲା । ୨୦୨୪ ନିର୍ବାଚନ ବିଜେଡି ରବୀନ୍ଦ୍ରଙ୍କୁ ଟିକେଟ ଦେବା ବଦଳରେ ତାଙ୍କ ପତ୍ନୀ ସୁବସିନୀ ଜେନାଙ୍କୁ ବିଧାନସଭା ଟିକେଟ ଦେଇଥିଲା । ସୁବାସିନୀ ବାଲେଶ୍ଵରର ବସ୍ତା ନିର୍ବାଚନ ମଣ୍ଡଳୀରୁ ବିଜେଡିକୁ ବିଧାନସଭାରେ ପ୍ରତିନିଧିତ୍ୱ କରୁଛନ୍ତି ।

Leave A Reply

Your email address will not be published.