BJD ସହ ହାତ ମିଶାଇବା କଂଗ୍ରେସର ବଡ଼ ଭୁଲ୍: ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ପଦକ୍ଷେପକୁ ଭୁଲ୍ କହିଲେ ମୋକିମ୍
୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି। କଂଗ୍ରେସ କର୍ମୀଙ୍କୁ ଜେଲ୍ରେ ପୂରାଇଛି, ତା ସହ ହାତ ମିଶାଇବା ବଡ଼ ଭୁଲ୍। ନିଜ ବିଧାୟକଙ୍କ ଉପରେ ଉଭୟ ମୁଖିଆଙ୍କ ବିଶ୍ବାସ ଓ ଭରସା ନାହିଁ
ଭୁବନେଶ୍ୱର: ବିଜେଡି ସହ ହାତ ମିଶାଇବା କଂଗ୍ରେସ ପାଇଁ ବଡ଼ କ୍ଷତିକାରକ ହେବ ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ବିଜେଡ଼ି ସହ କଂଗ୍ରେସର ବୁଝାମଣା ମୋ ବିଚାରରେ ଏହା ବହୁତ ବଡ଼ ଭୁଲ୍ ବୋଲି ମହମ୍ମଦ ମୋକିମ୍ କହିଛନ୍ତି।୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି। କଂଗ୍ରେସ କର୍ମୀଙ୍କୁ ଜେଲ୍ରେ ପୂରାଇଛି, ତା ସହ ହାତ ମିଶାଇବା ବଡ଼ ଭୁଲ୍। ନିଜ ବିଧାୟକଙ୍କ ଉପରେ ଉଭୟ ମୁଖିଆଙ୍କ ବିଶ୍ବାସ ଓ ଭରସା ନାହିଁ।
ସେଥିପାଇଁ ବିଜେଡି ଓ କଂଗ୍ରେସ ହ୍ବିପ୍ ଜାରି କରିଛନ୍ତି ବୋଲି ମୋକିମ୍ କହିଛନ୍ତି। ମୋକିମ ଆହୁରି କହିଛନ୍ତି, ଏବେଠୁ କେଉଁ ବିଧାୟକଙ୍କ ଦେହ ଖରାପ ହେଲାଣି, ୧୬ ତାରିଖକୁ ଅପେକ୍ଷା କରନ୍ତୁ। ମୋ ଝିଅ ସୋଫିଆ ତା ଦଳର ନିଷ୍ପତ୍ତି ଅନୁଯାୟୀ ରାଜ୍ୟସଭା ଭୋଟ୍ ଦେବ ବୋଲି ମୋକିମ କହିଛନ୍ତି। ଏବେ ମୋକିମଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।