ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା: ବିବାହ ଉତ୍ସବରେ ଗୁଳିମାଡ଼ ଉଦ୍ୟମ, ଘଟଣା ସମୟର ଭିଡିଓ ଭାଇରାଲ,ଅଭିଯୁକ୍ତ ଗିରଫ
ଜଣେ ଓକିଲଙ୍କ ବିବାହରେ ଯୋଗ ଦେଇଥିଲେ ଫାରୁକ ଅବଦୁଲ୍ଲା। ତେବେ ହଠାତ୍ ଜଣେ ବ୍ୟକ୍ତି ପଛପଟୁ ଧାଇଁ ଆସି ତାଙ୍କୁ ଗୁଳି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିଦେଇଥିଲେ। ଗୁଳି କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତିର ହେଉଛନ୍ତି କମଲ ସିଂହ ଜାମୱାଲ
ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ୍ ଅବଦୁଲ୍ଳା ଯୋଗ ଦେଇଥିବା ଏକ ବିବାହ ଉତ୍ସବରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଫାରୁକ୍ ଅବଦୁଲ୍ଲା। ଯାହାକୁ ନେଇ ଏକ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି।
ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଫାରୁକ ଅବଦୁଲ୍ଲା। ଜଣେ ଓକିଲଙ୍କ ବିବାହରେ ଯୋଗ ଦେଇଥିଲେ ଫାରୁକ ଅବଦୁଲ୍ଲା। ତେବେ ହଠାତ୍ ଜଣେ ବ୍ୟକ୍ତି ପଛପଟୁ ଧାଇଁ ଆସି ତାଙ୍କୁ ଗୁଳି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିଦେଇଥିଲେ। ଗୁଳି କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତିର ହେଉଛନ୍ତି କମଲ ସିଂହ ଜାମୱାଲ। ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରି ଅଟକ ରଖିଛନ୍ତି। ଅଭିଯୁକ୍ତ କମଲ ସିଂହ ଜାମୱାଲ ଜାମ୍ମୁର ବାସିନ୍ଦା। ତେବେ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଏହି ମାମାଲରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଯୁବକ ଜଣକ ଏଭଳି ଉଦ୍ୟମ କରିବାକୁ ଚେଷ୍ଟ କଲେ ତାହା ଜଣାପଡିନି।