thelifelinemedia
Latest Odisha News, Breaking News Today

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ପଦ୍ମ ଧରୁ ଧରୁ ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜେଡିକୁ ରବୀନ୍ଦ୍ରଙ୍କ ଆଟାକ୍, ଗତକାଲି ବିଜେଡି ଛାଡିଥିଲେ ରବୀନ୍ଦ୍ର

ବିଜେଡି ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି।ଯେଉଁ ଆଞ୍ଚଳିକ ଦଳ ଉତ୍ତରାଧିକାରୀ ବାଛି ପାରିବନି, ସେହି ଦଳ ତିଷ୍ଠେନି ବୋଲି ରବୀନ୍ଦ୍ର କହିଛନ୍ତି

ଭୁବନେଶ୍ୱର: ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ରାଜ୍ୟ ପାର୍ଟି ଅଫିସରେ ପଦ୍ମ ଧରିଲେ ରବୀନ୍ଦ୍ର ଜେନା । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ।ବିଜେପିରେ ମିଶିବା ପରେ ପ୍ରବଳ ବର୍ଷିଲେ ରବୀନ୍ଦ୍ର ଜେନା । ପଦ୍ମ ଧରୁ ଧରୁ ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜେଡିକୁ ରବୀନ୍ଦ୍ରଙ୍କ ଆଟାକ୍ କଲେ। କହିଲେ, ମୁଁ ଭାବୁଛି ଆଗାମୀ ଦିନରେ, ବିଜେଡି ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି।ଯେଉଁ ଆଞ୍ଚଳିକ ଦଳ ଉତ୍ତରାଧିକାରୀ ବାଛି ପାରିବନି, ସେହି ଦଳ ତିଷ୍ଠେନି ବୋଲି ରବୀନ୍ଦ୍ର କହିଛନ୍ତି।

ରବିନ୍ଦ୍ର ଆହୁରି କହିଛନ୍ତି, BJDର ଉତ୍ତରାଧିକାରୀ ଯୋଜନା ନାହିଁ, ଏହା ସୁଶାସନ ଦେଇପାରିବନି। ବିଭିନ୍ନ ଉଦାହରଣ ଦେଇ ନିଜର ବକ୍ତବ୍ୟକୁ ଯଥାର୍ଥ ଦର୍ଶାଇଲେ ରବୀନ୍ଦ୍ର। କାଂଶୀରାମ ମାୟାବତୀଙ୍କୁ ନିଜ ଉତ୍ତରାଧିକାରୀ କରିଥିଲେ, BSP ସଫଳ ବି ହେଲା। ମୁଲାୟମ ସିଂହ ଯାଦବ ନିଜ ପୁଅ ଅଖିଳେଶଙ୍କୁ ଉତ୍ତରାଧିକାରୀ ବାଛିଲେ।ଅଖିଳେଶ ମଧ୍ୟ ସମାଜବାଦୀ ପାର୍ଟିକୁ ଆଗେଇ ନେବାରେ ସଫଳ ହେଲେ ।ତାମିଲନାଡୁରେ କରୁଣାନିଧି ଷ୍ଟାଲିନଙ୍କୁ ନିଜ ଉତ୍ତରାଧିକାରୀ କରିଥିଲେ।ଷ୍ଟାଲିନ୍ ମଧ୍ୟ DMK ପାର୍ଟିକୁ ଆଗେଇ ନେବାରେ ସଫଳ ହୋଇଛନ୍ତି।କିନ୍ତୁ ଏପରି ବି ଦଳ ଅଛନ୍ତି ଉତ୍ତରାଧିକାରୀ ନ ବାଛି ବିଫଳତାର ମୁହଁ ଦେଖିଛନ୍ତି। ପଞ୍ଜାବର ଅକାଳୀ ଓ ତାମିଲନାଡୁର AIADMKର ଉଦାହରଣ ଦେଲେ ରବୀନ୍ଦ୍ର। ତେଣୁ ମୁଁ ଭାବୁଛି ଆଗାମୀ ଦିନରେ, ବିଜେଡି ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ପାରିବନି ବୋଲି ରବୀନ୍ଦ୍ର କହିଛନ୍ତି।

Leave A Reply

Your email address will not be published.