LPG ବୁକିଂକୁ ନେଇ ଭୟଭୀତ ହୁଅନି,:LPG ସଙ୍କଟ ଆଶଙ୍କାକୁ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟର ପ୍ରେସମିଟ୍, ଆଦୌ ଭୟଭୀତ ନ ହେବାକୁ କହିଲେ ଯୁଗ୍ମ ସଚିବ ସୁଜାତା ଶର୍ମା
ସଠିକ୍ ପରିଚାଳନା ପାଇଁ LPG ବୁକିଂ ବ୍ୟବଧାନକୁ ୨୫ ଦିନକୁ ବୃଦ୍ଧି କରିଛୁ। ଅଣ ଘରୋଇ ଏଲପିଜି ପାଇଁ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାଵ ଦେଶର ହାଣ୍ଡିଶାଳରେ ପଡ଼ିଛି। ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ସହିତ LPG ସଙ୍କଟ ଆଶଙ୍କାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ସବୁ ଭିତରେ LPG ସଙ୍କଟ ଆଶଙ୍କାକୁ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟର ପ୍ରେସମିଟ୍ ହୋଇଛି। ଆଦୌ ଭୟଭୀତ ନ ହେବାକୁ କହିଲେ ଯୁଗ୍ମ ସଚିବ ସୁଜାତା ଶର୍ମା। କହିଛନ୍ତି, ଭାରତରେ ସ୍ଥିତି ନିୟନ୍ତ୍ରଣଧୀନ, ସରକାର ତୀକ୍ଷ୍ଣ ନଜର ରଖିଛନ୍ତି।
କେନ୍ଦ୍ର 6କହିଛି, ସଠିକ୍ ପରିଚାଳନା ପାଇଁ LPG ବୁକିଂ ବ୍ୟବଧାନକୁ ୨୫ ଦିନକୁ ବୃଦ୍ଧି କରିଛୁ। ଅଣ ଘରୋଇ ଏଲପିଜି ପାଇଁ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହିତ ପରାମର୍ଶ କରୁଛୁ। ଭାରତରେ ପ୍ରତିଦିନ ୫.୫ ନିୟୁତ ବ୍ୟାରେଲ ତେଲ ବ୍ୟବହାର ହେଉଛି। ଦେଶ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି। ବର୍ତ୍ତମାନ ୨ଟି ଅଶୋଧିତ ତୈଳ କାର୍ଗୋ ଭାରତକୁ ପଠାଯାଉଛି ବୋଲି କେନ୍ଦ୍ର କହିଛି।