ଔଦୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ:ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF
୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ।ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କଲେ ଶାହ।ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଲେ
କଟକ: କଟକ ମୁଣ୍ଡଳି CISF କ୍ୟାମ୍ପରେ ଅମିତ ଶାହ ସମ୍ବୋଧନ ଦେଇଛନ୍ତି। CISF ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ। ଶାହା କହିଛନ୍ତି, ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISFବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଚି CISF। ଦେଶର ଔଦୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ ବୋଲି ଶାହ କହିଛନ୍ତି।
୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ।ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କଲେ ଶାହ।ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଲେ।୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF। ଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ CISF ଯବାନ। ସୂଚନା ଯୋଗ୍ୟ, ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।