ମୋକିମଙ୍କ ନୂଆ ଦଳ ଗଠନ ପ୍ରସଙ୍ଗ: ଯାଜପୁର ବୈଠକରେ ହେଲା ଆଲୋଚନା, ସାଂଗଠନିକ ନେତୃତ୍ବ ଉପରେ ଗୁରୁତ୍ୱାରୋପ କଲେ ତୃଣମୂଳସ୍ତରର ନେତା ଓ ବରିଷ୍ଠ କର୍ମୀ
ବୈଠକରେ କଂଗ୍ରେସକୁ ବାଏ ବାଏ କରିଥିବା ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ମୋକିମଙ୍କ ଅନୁଗତ ଓ ସମର୍ଥନରେ ବାହାରିଥିବା ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ
ଯାଜପୁର: କଂଗ୍ରେସରୁ ଦୂରେଇ ଯାଇ କଂଗ୍ରେସ ନାଁକୁ ଯୋଡି ନୂଆ ଆଂଚଳିକ ଦଳ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଏହି ପରିପ୍ରେକ୍ଷୀରେ ଯାଜପୁରରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଥିବା ଯାଜପୁର ବୈଠକକୁ ନେଇ ପୁଣି ହଲଚଲ ଆରମ୍ଭ ହୋଇଯାଇଛି। ବିଗତ ଦିନରେ କଂଗ୍ରେସକୁ ବାଏ ବାଏ କହିଥିବା ରାଜ୍ୟର ଟାଣୁଆ ନେତାଙ୍କ ଯାଜପୁରରେ ବୈଠକକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏବେ ପୁଣିଥରେ ଯାଜପୁରରେ ବୈଠକ ହୋଇଛି। ବରିଷ୍ଠ ନେତା ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଏହି ବୈଠକ ହୋଇଛି। ବରିଷ୍ଠ ନେତା ବିଦ୍ୟାଧର ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆଗକୁ ଜିଲ୍ଲାସ୍ତରୀୟ ବୈଠକ ନେଇ ଏଥିରେ ଆଲୋଚନା ହୋଇଥିଲା।
ଏହି ବୈଠକରେ କଂଗ୍ରେସକୁ ବାଏ ବାଏ କରିଥିବା ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ମୋକିମଙ୍କ ଅନୁଗତ ଓ ସମର୍ଥନରେ ବାହାରିଥିବା ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ବରିଷ୍ଠ ନେତାଙ୍କ ମଧ୍ୟରେ ନରେଶ ମହାନ୍ତି, ବିଜୟ କୁମାର ବୋଇତେଇ, ପ୍ରଫୁଲ୍ଲ ଦାସ, ଅଶୋକ ମହାନ୍ତି, ଭଗବାନ ସାହୁ,ସଂଗ୍ରାମ କେଶରୀ କର, ସୂର୍ଯ୍ୟକାନ୍ତ ସାମଲ, ଶ୍ରୀକାନ୍ତ କୁମାର, ଦୁର୍ଗା ଚରଣ ବାରିକ, ପ୍ରଶାନ୍ତ କୁମାର ସାହୁ, ବିଦ୍ୟାଧର ମହାନ୍ତି,ଦେବେନ୍ଦ୍ର କୁମାର ପଣ୍ଡା,ଜଗନ ଜେନା,ଭବାନୀ ସିଂଦେଓ,ସୁରେନ୍ଦ୍ର ପାତ୍ର,ବିଜୟ କୁମାର ଦାସ, ବାବନ ମାଲିକ,ଦିଲୀପ କୁମାର ରାୟ,ପ୍ରଦୀପ କୁମାର ଧଳ,ସୁରେଶ ସାହାଣୀ,ସଞ୍ଜୟ କୁମାର ରାୟ,ବିଦ୍ୟାଧର ଜେନା, ରାକେଶ କୁମାର ଓ ନିରଞ୍ଜନ ପରିଡା ପ୍ରମୁଖ ସାମିଲ୍ ହୋଇଥିଲେ। ଆଗମୀ ଦିନରେ ନୂଆଦଳ ଗଠନ ଦିଗରେ ରଣନୀତି ନିର୍ଦ୍ଧାରଣ କରିଥିଲେ ବରିଷ୍ଠ ନେତୃବୃନ୍ଦ।