thelifelinemedia
Latest Odisha News, Breaking News Today

ରାଜ୍ୟସଭା ଆସନ ପାଇଁ ସରିଲା ନାମାଙ୍କନ: ଓଡିଶାରେ ଚାରି ଆସନ ପାଇଁ ନାମାଙ୍କନ ଭରିଲେ ପାଞ୍ଚ ପ୍ରାର୍ଥୀ: ଚତୁର୍ଥ ଆସନ ଲଢେ଼ଇ ଉପରେ ନଜର 

ସବୁ ଦଳର ପ୍ରାର୍ଥୀ ନିଜର ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଥିଲେ। ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି

ଭୁବନେଶ୍ୱର: ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ସରିଲା। ବିଜେପି ପକ୍ଷରୁ ମନମୋହନ ସାମଲ, ସୁଜିତ୍ କୁମାର ନାମାଙ୍କନ ଭରିଥିବା ବେଳେ ବିଜେଡ଼ି ପକ୍ଷରୁ ସଂତୃପ୍ତ ମିଶ୍ର ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତା ଓ ଦିଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସଂତୃପ୍ଟ ଓ ଦତ୍ତେଶ୍ୱରଙ୍କ ପ୍ରାର୍ଥୀପାତ୍ର ଦାଖଲ ସମୟରେ ଏକାଠି ହେଇଥିଲେ ବିଜେଡ଼ି ଓ କଂଗ୍ରେସ୍। ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଓ ପିସିସି ସଭପତି ଭକ୍ତ ଦାସ ଏକାଠି ନଜର ଆସିଥିଲେ। ସେହିପରି ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ଯେହେତୁ ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ମଧ୍ୟ ନାମାଙ୍କନ ଭରିଛନ୍ତି।

ଆଜି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ତେଣୁ ସବୁ ଦଳର ପ୍ରାର୍ଥୀ ନିଜର ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଥିଲେ। ସୂଚନା ଯୋଗ୍ୟ, ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି କିନ୍ତୁ ସମସ୍ତଙ୍କ ନଜର ରହିଛି ଚତୁର୍ଥ ଆସନ ଲଢେ଼ଇ ଉପରେ। ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ଦାତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଲଢେ଼ଇ ହେବା।

Leave A Reply

Your email address will not be published.