thelifelinemedia
Latest Odisha News, Breaking News Today

ଚର୍ଚ୍ଚା ବଢ଼ାଇଲା ଯାଜପୁର ବୈଠକ: ବରିଷ୍ଠ ନେତୃବୃନ୍ଦଙ୍କ ରୁଦ୍ଧଦ୍ଵାର ବୈଠକ, ମୋକିମଙ୍କ ନୂଆ ଦଳ ଗଠନ ସମ୍ପର୍କରେ ଆଲୋଚନା, ସାଂଗଠନିକ ନେତୃତ୍ବ ଉପରେ ଗୁରୁତ୍ୱାରୋପ

ବରିଷ୍ଠ ନେତା ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଏହି ବୈଠକ ହୋଇଛି। ବରିଷ୍ଠ ନେତା ବିଦ୍ୟାଧର ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ

ଯାଜପୁର: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଥିବା ଯାଜପୁର ବୈଠକକୁ ନେଇ ପୁଣି ହଲଚଲ ଆରମ୍ଭ ହୋଇଯାଇଛି। ବିଗତ ଦିନରେ କଂଗ୍ରେସକୁ ବାଏ ବାଏ କହିଥିବା ରାଜ୍ୟର ଟାଣୁଆ ନେତାଙ୍କ ଯାଜପୁରରେ ବୈଠକକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏବେ ପୁଣିଥରେ ଯାଜପୁରରେ ବୈଠକ ହୋଇଛି। ବରିଷ୍ଠ ନେତା ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଏହି ବୈଠକ ହୋଇଛି। ବରିଷ୍ଠ ନେତା ବିଦ୍ୟାଧର ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ଆଗକୁ ଜିଲ୍ଲାସ୍ତରୀୟ ବୈଠକ ନେଇ ଏଥିରେ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ, କଂଗ୍ରେସରୁ ଦୂରେଇ ଯାଇ କଂଗ୍ରେସ ନାଁକୁ ଯୋଡି ନୂଆ ଆଂଚଳିକ ଦଳ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଯାହାର ନାଁ ରହିବ ଓଡିଶା ଜନତା କଂଗ୍ରେସ ।ଆଗକୁ ଆନୁଷ୍ଠାନିକ ଭାବରେ ଦଳ ଗଠନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଯାଜପୁରରେ ବରିଷ୍ଠ ନେତାମାନେ ଏକାଠି ହୋଇ ନୂଆ ଦଳ ଗଠନକୁ ନେଇ ଆଲୋଚନା କରିଥିଲେ।ଆଗକୁ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବୈଠକ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.