ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର:ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର, ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ହୋଇଥିଲେ ଭର୍ତ୍ତି
ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ। ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ହୋଇଥିଲେ ଭର୍ତ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ।
ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତ ୩ ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପ୍ରଥମେ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭି) ଆଇସିୟୁରେ ରଖାଯାଇଥିଲା।