thelifelinemedia
Latest Odisha News, Breaking News Today

କଂଗ୍ରେସକୁ ଅଡ଼ୁଆ ରାଜ୍ୟସଭା ନିର୍ବାଚନ: ରୋଚକ ହେବାକୁ ଯାଉଛି ଚତୁର୍ଥ ଆସନ ଲଢ଼େଇ: କଂଗ୍ରେସର ବିଧାୟକ ଦଳ ବୈଠକରେ ଭିନ୍ନ ସଂକେତ 

କଂଗ୍ରେସର ବିଧାୟକ ଦଳ ବୈଠକରେ ମିଳିଥିବା ସଂକେତ ଏବେ ଭିନ୍ନ ବାର୍ତ୍ତା ଦେଇଛି। ସବୁ ବିଧାୟକ ଉପସ୍ଥିତ ନ ରହିବା କିଛି ଭିନ୍ନ ସଙ୍କେତ ଦେଲାଣି

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନକୁ ନେଇ ଅକଳରେ ପଡ଼ିଛି ରାଜ୍ୟ କଂଗ୍ରେସ। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍‌ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ହେଲେ କଂଗ୍ରେସର ବିଧାୟକ ଦଳ ବୈଠକରେ ମିଳିଥିବା ସଂକେତ ଏବେ ଭିନ୍ନ ବାର୍ତ୍ତା ଦେଇଛି। ସବୁ ବିଧାୟକ ଉପସ୍ଥିତ ନ ରହିବା କିଛି ଭିନ୍ନ ସଙ୍କେତ ଦେଲାଣି।

ଶାସକ ବିଜେପି ୩ ପ୍ରାର୍ଥୀ ଦେବା ଲାଗି ଘୋଷଣା କରିବା ପରେ ଏଥର ନିର୍ବାଚନରେ କ୍ରସ୍‌ ଭୋଟିଂର ଭୟ ବଢ଼ିଛି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇ ବିଧାୟକ ଯୋଗ ନ ଦେବା ନୂଆ ଟୁଇଷ୍ଟ ଆଣିଛି। ବିଧାୟକ ରମେଶ ଜେନା ଓ ସୋଫିଆ ଫିରଦୋସ୍‌ ବୈଠକକୁ ଆସି ନ ଥିଲେ। ଯାହା କଂଗ୍ରେସ ପାଇଁ ଅଡ଼ୁଆ ବୋଲି କୁହାଯାଉଛି। କ୍ରସ୍ ଭୋଟିଂ ବା ଘୋଡ଼ା ବେପାରକୁ ନେଇ କଂଗ୍ରେସକୁ ଭୟ ଘାରିଲାଣି। ଯଦିଓ ଡା ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥି ଭାବେ ଉଭୟ ବିଜେଡ଼ି ଓ ବିଜେପି ଘୋଷଣା କରିଛନ୍ତି ତେବେ ଡାକ୍ତର ହୋତାଙ୍କ ବିଜୟ ପାଇଁ ବାଧକ ସାଜିଛନ୍ତି ଉଭୟ ଦଳର ଅସନ୍ତୁଷ୍ଟ ବିଧାୟକ। ତେଣୁ ରାଜ୍ୟସଭା ଚତୁର୍ଥ ଆସନ ପାଇଁ ରାଜ୍ୟ ରାଜନୀତିରେ ଏବେ ଠୁ ଅଙ୍କକଷା ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.