ୟୁଟ୍ୟୁବର ରାହୁଲ୍ ମହାରଣା ହତ୍ୟା ପ୍ରସଙ୍ଗ:ମଞ୍ଚେଶ୍ବର ପୋଲିସ ତଦନ୍ତକୁ ଅଙ୍ଗୁଳି କଲେ ରାହୁଲଙ୍କ ପତ୍ନୀ
ପାର୍କିଂକୁ ନେଇ ବିବାଦ ଥିଲା, ଆଗରୁ ଧମକ ମିଳିଥିଲା। ପୋଲିସ କିଛି ତଦନ୍ତ କରୁନି, ଯେଉଁମାନଙ୍କୁ ପଚାରିବା କଥା ପଚାରୁନି ବୋଲି ରାହୁଲଙ୍କ ପତ୍ନୀ କହିଛନ୍ତି
ଭୁବନେଶ୍ୱର:ଜିଜିପି କଲୋନୀ ରାହୁଲ ହତ୍ୟା ଘଟଣାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ପତ୍ନୀ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ। କହିଲେ, ମଞ୍ଚେଶ୍ବର ପୋଲିସ ଠିକ୍ ଭାବେ ତଦନ୍ତ କରୁନି । ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି କହିଲେ ବୋଲି ସେ କହିଛନ୍ତି। ରାହୁଲଙ୍କ ସାଙ୍ଗ ଶିବାକୁ କାହିଁକି ପୋଲିସ ଧରୁନି ପଚାରିଲେ।।
ରାହୁଲଙ୍କ ପତ୍ନୀ କହିଛନ୍ତି, ଗତ କାଲି ଏକ ଏତଲା କରିବାକୁ ମୋ ନଣନ୍ଦ ଯାଇଥିଲେ। ମାତ୍ର ଥାନା IIC ଆମ କଥା ଅନୁସାରେ ଏତଲା କର କହିଛନ୍ତି। ପାର୍କିଂକୁ ନେଇ ବିବାଦ ଥିଲା, ଆଗରୁ ଧମକ ମିଳିଥିଲା। ପୋଲିସ କିଛି ତଦନ୍ତ କରୁନି, ଯେଉଁମାନଙ୍କୁ ପଚାରିବା କଥା ପଚାରୁନି ବୋଲି ରାହୁଲଙ୍କ ପତ୍ନୀ କହିଛନ୍ତି। ତେବେ ରାହୁଲଙ୍କ ପତ୍ନୀଙ୍କ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି । ମଦ ପିଇବା ଅବସ୍ଥାରେ କଥା କଟାକଟି ନେଇ ରାହୁଲଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲେ ତିନି ଦୁବୃର୍ତ୍ତ।