ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତି ମଣତି :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା
ଗଣତି ମଣତି ବେଳେ କେବଳ ବାହାର କାଠ ଦର୍ଶନ ହେବ।ଶନିବାର ଓ ରବିବାର ଗଣତି ମଣତି ହେବ ନାହିଁ। ନୀତି ବହୁଳ ଦିନମାନଙ୍କରେ ମଧ୍ୟ ଗଣତି ମଣତି ହେବନି
ପୁରୀ:ମାର୍ଚ୍ଚ ୨୫ ତାରିଖରୁ ରତ୍ନଭଣ୍ଡାର ଗଣତି ମଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏ ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ଚୈତ୍ର ମାସ ଶୁକ୍ଳ ସପ୍ତମୀ ତିଥିରୁ ଗଣତି ମଣତି ହେବ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୨୫ ତାରିଖ ଅପରାହ୍ନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ଆରମ୍ଭ ହେବ।
ତେବେ ଗଣତି ମଣତି ବେଳେ କେବଳ ବାହାର କାଠ ଦର୍ଶନ ହେବ।ଶନିବାର ଓ ରବିବାର ଗଣତି ମଣତି ହେବ ନାହିଁ। ନୀତି ବହୁଳ ଦିନମାନଙ୍କରେ ମଧ୍ୟ ଗଣତି ମଣତି ହେବନି । କେତେ ଦିନ ମଧ୍ୟରେ ଶେଷ ହେବ ବର୍ତ୍ତମାନ କହି ହେବନି । ୧୯୭୮ରେ ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା। ସରକାରଙ୍କ SOP ଅନୁସାରେ ହେବ ଗଣତି ମଣତି। ପ୍ରତିଦିନ ଚାବି ଟ୍ରେଜେରୀକୁ ଯିବ, ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ହେବ ସେତେବେଳେ ଦିନକୁ କେତେ ସମୟ ଗଣତି ମଣତି ହୋଇଥିଲା ଜଣା ନାହିଁ । ଯେଉଁଦିନ ଗଣତି ମଣତି ହେବ ସେହିଦିନ ବେଶୀ ସମୟ ନେବାକୁ ଚାହିଁବୁ ଆମେ ଆଶା କରିବା ମହାପ୍ରଭୁଙ୍କ କୃପାରୁ ଗଣତି ମଣତି ଶୀଘ୍ର ଶେଷ ହେଉ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।