thelifelinemedia
Latest Odisha News, Breaking News Today

ଆଲୋଚନା ପାଇଁ ପ୍ରସ୍ତୁତ ତାଲିବାନ୍: ପାକିସ୍ତାନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଲା ତାଲିବାନ୍

ପାକିସ୍ତାନର ସାମରିକ କାର୍ଯ୍ୟନୁଷ୍ଠାନ ପରେ ଏବେ ନରମିଛି। ଅର୍ଥାତ ଯୁଦ୍ଧ ନୁହେଁ ଶାନ୍ତି କଥା ପାଇଁ ପ୍ରସ୍ତାବ ରଖିଛି ଅଫଗାନିସ୍ଥାନ

ବ୍ୟୁରୋ: ପାକିସ୍ତାନ ପକ୍ଷରୁ ଜୋରଦାର ଆକ୍ରମଣ ପରେ ଆଲୋଚନା ପ୍ରସ୍ତାବ ରଖିଲା ତାଲିବାନ୍। କାବୁଲ, କାନ୍ଦାହାର ପରି ସହରରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ। ୪୦୦ରୁ ଅଧିକ ତାଲିବାନୀ ପ୍ରାଣ ହରାଇବା ପରେ ଶାନ୍ତି ପ୍ରସ୍ତାବ। ଆଫଗାନିସ୍ତାନ ଉପରେ ପାକିସ୍ତାନ ପ୍ରଚଣ୍ଡ ଆକ୍ରମଣ ପରେ ଯୁଧର ଭୟାବହତା ବଢ଼ିଛି।ଭୟଙ୍କର ରୂପ ନେଇଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ । ଆଜି ସକାଳୁ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ କାନ୍ଦାହାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ପାକିସ୍ତାନର ସାମରିକ କାର୍ଯ୍ୟନୁଷ୍ଠାନ ପରେ ଏବେ ନରମିଛି। ଅର୍ଥାତ ଯୁଦ୍ଧ ନୁହେଁ ଶାନ୍ତି କଥା ପାଇଁ ପ୍ରସ୍ତାବ ରଖିଛି ଅଫଗାନିସ୍ଥାନ।

ଯୁଦ୍ଧରେ ମହିଳା ଏବଂ ଶିଶୁ ସମେତ ଏକାଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଆଫଗାନ ପ୍ରଶାସନ ପ୍ରତିଶୋଧ ନେବାକୁ ଶପଥ ନେଇଥିଲା। ଆଉ ଗୁରୁବାର ତାଲିବାନ ପାକିସ୍ତାନ ପୋଷ୍ଟ ଉପରେ ସାଂଘାତିକ ଆକ୍ରମଣ କରିଛି। ହେଲେ ଏବେ ପାକିସ୍ତାନର ସାମରିକ କାର୍ଯ୍ୟନୁଷ୍ଠାନକୁ ସାମ୍ନା କରି ପାରୁନି ତାଲିବାନ। ତେଣୁ ଯୁଦ୍ଧ ବନ୍ଦ କରିବା ପାଇଁ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛି ତାଲିବାନ।

Leave A Reply

Your email address will not be published.