NCERT ପୁସ୍ତକ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦୁଃଖପ୍ରକାଶ,ସର୍ବୋଚ୍ଚ କୋର୍ଟଙ୍କ ଉଦ୍ବେଗକୁ ସରକାର ଗ୍ରହଣ କରିଛନ୍ତି
ବିଚାର ବିଭାଗରେ ଭ୍ରଷ୍ଟାଚାର ବିଷୟ ୮ମ ଶ୍ରେଣୀ ପୁସ୍ତକରେ ସ୍ଥାନ ପାଇଥିଲା। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: NCERTକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ଉଦ୍ବେଗକୁ ସରକାର ଗ୍ରହଣ କରିଛନ୍ତି। ଏହି ପୁସ୍ତକକୁ ପ୍ରତ୍ୟାହାର ପାଇଁ NCERTକୁ ନିର୍ଦ୍ଦେଶ ଦିଆଯାଇଛି। NCERTର ଯେଉଁ ଅଫିସର ଏପରି କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେବ। ସରକାର ଆଉ ଥରେ ଏପରି କରିବାକୁ ଦେବେ ନାହିଁ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ବିଚାର ବିଭାଗରେ ଭ୍ରଷ୍ଟାଚାର ବିଷୟ ୮ମ ଶ୍ରେଣୀ ପୁସ୍ତକରେ ସ୍ଥାନ ପାଇଥିଲା। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
ଅନ୍ୟପଟେ ଦୁର୍ନୀତି ସମ୍ପର୍କିତ ଚାପ୍ଟର ରହୁ ବୋଲି ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି। କେନ୍ଦ୍ର ଶିକ୍ଷା ସଚିବ ଓ NCERT ନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ଯଦି NCERT ଚାପ୍ଟର ଆଡ୍ କରିବ, ତାହା ଦୁର୍ନୀତି ସମ୍ପର୍କିତ ରହୁ କହିଛନ୍ତି। ଦୁର୍ନୀତି ଓ ଏହାର ପରବର୍ତ୍ତୀ ପରିଣାମ ନେଇ ଉଲ୍ଲେଖ ରହୁ। କେବଳ ନ୍ୟାୟପାଳିକାକୁ ନେଇ ଭ୍ରଷ୍ଟାଚାର ଚାପ୍ଟର ରହିବା ଅନୁଚିତ ବୋଲି ସେ କହିଛନ୍ତି। ଦୁର୍ନୀତି ଆମ ଗଣତନ୍ତ୍ର ସବୁଠାରୁ ବଡ଼ ବିପଦ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ସବୁ ସଂସ୍ଥାରେ ଦୁର୍ନୀତି ନେଇ ଚାପ୍ଟର ରହୁ, କିପରି ସମାଧାନ ହେବ ତାହା ବୁଝାଯାଉ ବୋଲି ଆଇନଜୀବୀ କହିଛନ୍ତି।