thelifelinemedia
Latest Odisha News, Breaking News Today

ଓଡିଶା ଭିଜିଲାନ୍ସ ରେଡ୍ ଇତିହାସରେ ଆଉ ଏକ ବଡ ରେଡ୍: ଖଣି ସାମ୍ରାଜ୍ୟର କୁଖ୍ୟାତ ଖଣି ବାବୁଙ୍କ କଳାଚିଠା: 4 କୋଟି ଟଙ୍କାର ପାହାଡ଼ ଠାବ 

ମାତ୍ର ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା ଦେବବ୍ରତ କେଉଁଠୁ ୪ କୋଟିରୁ ଅଧିକ ଟଙ୍କା ଆଣି ଥାକ ମାରି ଘରେ ରଖିଥିଲେ, ଭିଜିଲାନ୍ସ କରୁଛି ଖୋଳତାଡ଼

କଟକ: ଖଣି ବାବୁଙ୍କ ଘରୁ ମିଳିଲା ଟଙ୍କାର ପାହାଡ। ଟଙ୍କା ଗଣି ଗଣି ହାଲିଆ ହେଲେ ଭିଜିଲାନସ୍ ଅଧିକାରୀ। ମେସିନ ବି ଫେଲ ମାରିଲା।ଖଣି ସାମ୍ରାଜ୍ୟର କୁଖ୍ୟାତ ଖଣି ବାବୁଙ୍କ କଳାଚିଠା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାକାରନାମାକୁ ନେଇ ଦେଶବ୍ୟାପି ଚର୍ଚ୍ଚା। ମାତ୍ର ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା ଦେବବ୍ରତ କେଉଁଠୁ ୪ କୋଟିରୁ ଅଧିକ ଟଙ୍କା ଆଣି ଥାକ ମାରି ଘରେ ରଖିଥିଲେ, ଭିଜିଲାନ୍ସ କରୁଛି ଖୋଳତାଡ଼।

ରେଡ୍ ବେଳେ ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଥିଲା ଟଙ୍କାର ବିଡ଼ା। ଟ୍ରଲି ବ୍ୟାଗ୍, ବେଡ୍ ରୁମ୍, ରୋଷେଇ ଘର। ଭିଜିଲାନ୍ସ ଯେଉଁ ଯେଉଁ ସ୍ଥାନକୁ ଯାଇ ଯାଞ୍ଚ କରୁଥିଲା, ସେଇଠି ହାତରେ ଲାଗୁଥିଲା ନଗଦ ୫ଶହ, ୨ଶହ ଏବଂ ଶହେ ଟଙ୍କିଆ ନୋଟ୍ ବିଡ଼ା। ଖଣି ବାବୁ ମାତ୍ର 30 ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ବେଆଇନ ଟଙ୍କାର ପାହାଡ ଠାବ କରିଥିଲା ଭିଜିଲାନସ୍। ମାତ୍ର 8 ହଜାର ଟଙ୍କାରୁ ଚାକିରି ଆରଂଭ କରିଥିବା ଏହି ଖଣି ବାବୁ ଏତେ ଆୟ ବହିର୍ଭୁତ ସଂପତ୍ତି କେମିତି ଠୁଳ କଲେ ତାକୁ ନେଇ ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.