thelifelinemedia
Latest Odisha News, Breaking News Today

ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତିମଣତି:ଛତିଶା ନିଯୋଗ ସହ ଆଲୋଚନା, ଖୁବଶୀଘ୍ର ସମୟ ସ୍ଥିର ହେବ

ପୁରୀ:ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଛତିଶା ନିଯୋଗ ସହ ଆଲୋଚନା ହୋଇଛି, ଖୁବଶୀଘ୍ର ସମୟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ପାଇଁ ଯୋଜନା କରୁଛୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି। ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ ହେବ ବିଚାର ହେବ ।ଏସବୁ ବିଚାର କରି ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ଦିନ ଓ ସମୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଗତକାଲି ରତ୍ନଭଣ୍ଡାର ଗଣତିମଣତି ଏସ୍‌ଓପି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗଣତି ମଣତି ଏସଓପି ଉପରେ ଆଲୋଚନା ହୋଇଥିଲା । ଦୁଇଟି ଟିମ୍ ଗଣତି ମଣତିରେ ନିୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.