thelifelinemedia
Latest Odisha News, Breaking News Today

ବଡ ପରଦାକୁ ଆସୁଛି ଓଡିଆ ସିନେମା ଚାରିକାନ୍ଧ:ଆସନ୍ତା ୨୭ ଫେବୃଆରୀରେ ହେବ ବଡ ପରଦାରେ ହେବ ରିଲିଜ୍

ଭୁବନେଶ୍ବର: ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ଆସନ୍ତା ୨୭ ଫେବୃଆରୀରେ ବଡ଼ ପରଦାରେ ପ୍ରଦର୍ଶିତ ହେବ । ୪୬ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଛି ଏହି ସିନେମା ।ମାତ୍ର ୩୭ମିନିଟରେ ରହିଛି ଚାରିକାନ୍ଧର କାହାଣୀ ।

ଫିଲ୍ମକୁ ପୂର୍ବରୁ ବହୁ ସଫଳତା ମିଳିସାରିଛି। ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଫିଲ୍ମକୁ ବହୁ ପ୍ରଂଶସା ମିଳିଛି। ଅଳ୍ପ ଅବଧିର ଏହି ସିନେମାରେ ଆକର୍ଷଣୀୟ କାହାଣୀ ରହିଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ରଖିଛି।ଚାରିକାନ୍ଧର କାହାଣୀରେ ସାମାଜିକ ବାର୍ତ୍ତା ସହ ଅନେକ ଶିଖିଲା ଭଳିଆ କାହାଣୀ ରହିଛି। ବଡ ପରଦାରେ ରିଲିଜ୍ ହେବାକୁ ଥିବା ବେଳେ ସିନେମା ସହ ଜଡ଼ିତ ସମସ୍ତ କଳାକାର ଓ ପ୍ରଯୋଜନା ସଂସ୍ଥା ବହୁ ଆଶାବାଦୀ ଅଛନ୍ତି।

Leave A Reply

Your email address will not be published.