ପାକିସ୍ତାନ ପାଇଁ ସେମି ଆଶା କଷ୍ଟ : ପ୍ରଥମ ଦଳ ଭବେ ସେମି ଫାଇନାଲ ଗଲା ଇଂଲଣ୍ଡ , ସେମି ଟିକେଟ ପାକିସ୍ତାନର ଭାଗ୍ୟରେ ନାହିଁ
ଭାରତ ପାଇଁ ମଧ୍ଯ ସେମି ସମୀକରଣ ଜଟିଳ ହୋଇପଡିଛି।ଭାରତ ଏବେ ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେକୁ ପରାସ୍ତ କରି ନକଆଉଟ୍ ପହଞ୍ଚିବାର ସମ୍ଭାବନାକୁ ବଞ୍ଚାଇ ରଖିପାରିବ
ବ୍ୟୁରୋ:ପ୍ରଥମ ଦଳ ଭବେ ଟି ଟ୍ୱେଣ୍ଟି ବିଶ୍ୱକପରେ ସେମି ଫାଇନାଲ ଟିକେଟ ହାତେଇଛି ଇଂଲଣ୍ଡ। ପାକିସ୍ତାନକୁ ହରାଇ ପଞ୍ଚମ ଥର ପାଇଁ ସେମିରେ ପହଞ୍ଚିଛି ଇଂଲଣ୍ଡ। ଏବେ ପାକିସ୍ତାନର ସେମି ଆଶା ମଉଳି ଯାଇଛି। ଯଦି ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ବାକି ଦୁଇଟି ମ୍ୟାଚ୍ ଜିତିଯାଏ, ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯିବ। ସଲମାନ ଅଲି ଆଗାଙ୍କ ନେତୃତ୍ୱାଧୀନ ଦଳ ପାଇଁ ଭଲ ଖବର ହେଉଛି ଯେ ଇଂଲଣ୍ଡ ଆଜିର ଖେଳ କେବଳ 5 ବଲ୍ ବାକି ଥାଇ ଜିତିଛି, ଅର୍ଥାତ୍ ସେମାନଙ୍କର NRR ସେତେଟା ଫରକ ପଡ଼ିବନି।
ଅନ୍ୟପଟେ ଭାରତ ପାଇଁ ମଧ୍ଯ ସେମି ସମୀକରଣ ଜଟିଳ ହୋଇପଡିଛି।ଭାରତ ଏବେ ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେକୁ ପରାସ୍ତ କରି ନକଆଉଟ୍ ପହଞ୍ଚିବାର ସମ୍ଭାବନାକୁ ବଞ୍ଚାଇ ରଖିପାରିବ। ଏହା ବ୍ୟତୀତ, ଭାରତକୁ ସେମାନଙ୍କର ନେଟ୍ ରନ ରେଟ୍ ଉପରେ କାମ କରିବାକୁ ପଡିବ ଏବଂ ଉଭୟ ଦଳ ବିପକ୍ଷରେ ବଡ଼ ବିଜୟ ହାସଲ କରିବାକୁ ପଡିବ। ଆସନ୍ତା ଜିମ୍ବାୱେ ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ବାପାଙ୍କ ଦେହ ଅସୁସ୍ଥ ହେବାରୁ ବିଶ୍ୱକପ୍ ଅଧାରୁ ପଳେଇ ଆସିଛନ୍ତି ରିଙ୍କୁ ସିଂହ। ତାଂକ ଜାଗାରେ ଆଉ କାହାକୁ ସୁଯୋଗ ମିଳିପାରେ ବୋଳି ଚର୍ଚ୍ଚା ହେଉଛି। ଓପନିଙ୍ଗ ଯୋଡ଼ି ଭଲ ପ୍ରଦର୍ଶନ କରି ପାରୁନାହାଁନ୍ତି। ତେଣୁ ଓପନିଙ୍ଗରେ ମଧ୍ୟ କିଛିଟା ପରିବର୍ତନ ହୋଇପାରେ ବୋଳି ଆଶା କରାଯାଉଛି।