thelifelinemedia
Latest Odisha News, Breaking News Today

ବନ୍ଧା ହେବେ କି ଶଙ୍କରାଚାର୍ଯ୍ୟ:ଯୌନ ଶୋଷଣ ଅଭିଯୋଗ ପରେ ଅଡ଼ୁଆରେ ସ୍ଵାମୀ ଅଭିମୁକ୍ତେଶ୍ଵରାନନ୍ଦ,ପୋକ୍ସୋ ଆକ୍ଟରେ ଲାଗିଲା ଦଫା 

ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅଭିମୁକ୍ତେଶ୍ୱରାନନ୍ଦ। ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତ। ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି

ଲକ୍ଷ୍ନୌ:ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣା ଅଭିଯୋଗରେ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରୟାଗରାଜର ଝୁନସି ପୋଲିସ ଷ୍ଟେସନରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇଛି। ଲିଖିତ ଏଫଆଇଆର ରେ କୁହାଯାଇଛି, ଜଣେ ନାବାଳକ ସମେତ ଦୁଇ ଶିଷ୍ୟ ୧୩ ଜାନୁଆରୀ ୨୦୨୫ ରୁ ୧୫ ଫେବୃଆରୀ ୨୦୨୬ ମଧ୍ୟରେ ଯୌନ ଶୋଷଣ ଅଭିଯୋଗ କରିଥିଲେ। ଏହି ଘଟଣା ୨୦୨୫ କୁମ୍ଭ ମେଳା ଏବଂ ୨୦୨୬ ପ୍ରୟାଗରାଜରେ ମାଘ ମେଳା ସମୟରେ ଧାର୍ମିକ ଶିବିର ସମୟରେ ଘଟିଥିଲା।

ଅନ୍ୟପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅଭିମୁକ୍ତେଶ୍ୱରାନନ୍ଦ। ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତ। ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ନ୍ୟାୟପାଳିକା ଉପରେ ତାଙ୍କର ଭରସା ରହିଛି। ଆଗକୁ ତଦନ୍ତକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି।

Leave A Reply

Your email address will not be published.