thelifelinemedia
Latest Odisha News, Breaking News Today

ଦିଲ୍ଲୀଠାରେ ଅନୁଷ୍ଠିତ “ଏଆଇ ସମିଟ୍‌”ରେ କଂଗ୍ରେସର ବିରୋଧ ପ୍ରଦର୍ଶନ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

କଂଗ୍ରେସ ଦଳର ଏଭଳି ଅଭଦ୍ର ଆଚରଣର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଦେଶକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛନ୍ତି । ଭାରତର ଦିଲ୍ଲୀଠାରେ ଆୟୋଜିତ ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ବିଦେଶୀ ଅତିଥିଙ୍କ ସମ୍ମୁଖରେ ସାର୍ଟ ଖୋଲି ଅର୍ଦ୍ଧନଗ୍ନ ପ୍ରଦର୍ଶନ କରି ଦେଶର ଗାରିମାକୁ ବିଶ୍ୱ ଦରବାରରେ କ୍ଷୁର୍ଣ୍ଣ କରିଛନ୍ତି । ଏଭଳି କାର୍ଯ୍ୟକରି କଂଗ୍ରେସ ଦଳ ଦିନକୁ ଦିନ ଆହୁରି ପତନ ଆଡ଼କୁ ଗତି କରୁଛି । ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ବୈଚାରିକ ଭାବେ କେତେ ଦେବାଳିଆ ଓ ଚରିତ୍ରହୀନ ହୋଇଗଲାଣି, ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ କହିଛନ୍ତି ।

କଂଗ୍ରେସ ଦଳର ଏଭଳି ଅଭଦ୍ର ଆଚରଣର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ । ଏଭଳି ଦେଶଦ୍ରୋହୀ କାର୍ଯ୍ୟ ପାଇଁ ରାହୁଲ ଗାନ୍ଧୀ ଦେଶବାସୀଙ୍କ ସମ୍ମୁଖରେ ନିସର୍ତ କ୍ଷମା ପ୍ରାର୍ଥନା କରିବାକୁ ମହିଳା ମୋର୍ଚ୍ଚା ଦାବୀ କରିଛି । ଏହି ବିକ୍ଷୋଭରେ ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ଡ. ରଞ୍ଜିତା ସେଠୀ, ସମ୍ପାଦିକା ନନ୍ଦିନୀ ଶତପଥୀ ପ୍ରମୁଖଙ୍କ ସମେତ ମହିଳା ମୋର୍ଚ୍ଚା ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.