thelifelinemedia
Latest Odisha News, Breaking News Today

OCA କଳି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି କହିଲେ ଲଳିତେନ୍ଦୁ: ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି

OCA ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି। ବିରୋଧ କରି ବୟକଟ୍‌ କରୁଛି, BCCIକୁ ଏନେଇ ଅବଗତ କରିବି। ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି ଲଳିତେନ୍ଦୁ ମହାପାତ୍ର କହିଛନ୍ତି

କଟକ: ତୀବ୍ର ହୋଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି । ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ୍‌ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ। ନିୟମକୁ ଉଲ୍ଲଙ୍ଘନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘ ନିର୍ବାଚନ କରିସାରିଲେଣି। OCA ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି। ବିରୋଧ କରି ବୟକଟ୍‌ କରୁଛି, BCCIକୁ ଏନେଇ ଅବଗତ କରିବି। ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି ଲଳିତେନ୍ଦୁ ମହାପାତ୍ର କହିଛନ୍ତି। କିଛି ଲୋକ ଦୀର୍ଘ ବର୍ଷ ହେଲା OCAକୁ କବ୍‌ଜା କରି ରଖିଛନ୍ତି।

OCAରେ ଅନେକ ଆର୍ଥିକ ଅନିୟମିତତା ହୋଇଛି, ସ୍ପେଶାଲ ଅଡିଟ୍‌ ହେଉ ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି। ତେବେ ଲଳିତେନ୍ଦୁଙ୍କ ଅଭିଯୋଗ ନେଇ OCA କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.