କଂଗ୍ରେସରୁ ସାମୁହିକ ଇସ୍ତଫା ଦେଲେ କର୍ମୀ ଓ ନେତା: ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ଵ ପାଇଁ କଂଗ୍ରେସକୁ କଲେ ବାଏ ବାଏ ତୃଣମୂଳ ସ୍ତରର ନେତା
ରାଜ୍ୟର ବିଭିନ୍ନ ପ୍ରାନ୍ତର ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ସ୍ତରର ନେତା କଂଗ୍ରେସରୁ ସାମୂହିକ ଇସ୍ତଫା ଦେଇଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି କିଛି ଠିକ୍ ନାହିଁ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ଲାଗିଲା ଶକ୍ତ ଝଟକା। କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଓ ନେତା। ଓଡିଶା ପ୍ରଦେଶ କଂଗ୍ରେସର ଅପାରଗ ନେତୃତ୍ଵ ପାଇଁ କଂଗ୍ରେସ୍ ଛାଡିଛନ୍ତି ତୃଣମୂଳ ସ୍ତରର ନେତା ଓ କର୍ମୀ। ରାଜ୍ୟର ବିଭିନ୍ନ ପ୍ରାନ୍ତର ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ସ୍ତରର ନେତା କଂଗ୍ରେସରୁ ସାମୂହିକ ଇସ୍ତଫା ଦେଇଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି କିଛି ଠିକ୍ ନାହିଁ। କଂଗ୍ରେସକୁ ନେତୃତ୍ଵ ଦେଉଥିବା ବଡ଼ ନେତା ମନରେ ସଠିକ୍ ମାର୍ଗରେ ଯାଉ ନାହାନ୍ତି। ଖାସ କରି ପିସିସି ସଭାପତିଙ୍କ କାମ କରିବାର ତରିକାକୁ ପସନ୍ଦ କରି ନାହାନ୍ତି ଯୁବ କଂଗ୍ରେସ କର୍ମୀ।
ଆଗକୁ ରାଜ୍ୟ ସଭା ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏଭଳି ସ୍ଥିତିରେ ବହୁ କଂଗ୍ରେସ କର୍ମୀ ଦଳ ଛାଡ଼ିବା କଂଗ୍ରେସକୁ ବ୍ୟାକ ଫୁଟକୁ ନେଇଯାଇଛି। ପୂର୍ବରୁ ମଧ୍ୟ ବହୁ କଂଗ୍ରେସ କର୍ମୀ ଦଳ ଛାଡିଥିଲେ। ନିୟମିତ ବ୍ୟବଧାନରେ କର୍ମୀ ଓ ନେତା କଂଗ୍ରେସ୍ ଛାଡ଼ିବା କଂଗ୍ରେସକୁ ଦୁର୍ବଳ କରୁଛି ବୋଲି ରାଜନୀତିକ ସମୀକ୍ଷକ କହୁଛନ୍ତି।