thelifelinemedia
Latest Odisha News, Breaking News Today

ଜବତ ହେବ କଟକ ଭୂ ଲେଖ ଅଫିସ୍‌:ଅଫିସ୍‌ ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତଙ୍କ ନିର୍ଦ୍ଦେଶ

ସିଲଭେସା ସଂସ୍ଥାର ଆବେଦନ ଆଧାରରେ ନିର୍ଦେଶ ଦେଲେ କୋର୍ଟ।ଗତ ୧୮ ରେ ଜବତ ସମୟରେ ତାଲା ପକାଇ ଅଫିସ୍‌ ବନ୍ଦ କରିଥିଲେ ଅଧିକାରୀ

କଟକ:କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଜବତ ମାମଲା। ଅଫିସ୍‌ ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ୧୦ ମାର୍ଚ୍ଚ ସୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ।ସିଲଭେସା ସଂସ୍ଥାର ଆବେଦନ ଆଧାରରେ ନିର୍ଦେଶ ଦେଲେ କୋର୍ଟ।ଗତ ୧୮ ରେ ଜବତ ସମୟରେ ତାଲା ପକାଇ ଅଫିସ୍‌ ବନ୍ଦ କରିଥିଲେ ଅଧିକାରୀ।

ଏହାକୁ ନେଇ ୧୮ ତାରିଖରେ ହାଇଡ୍ରାମା ହୋଇଥିଲା। ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା।ଜବତ ଭୟରେ ଅଫିସରେ ତାଲା ଝୁଲାଇ ବାହାରେ ବୁଲିଥିଲେ କର୍ମଚାରୀ। କେହି ଧରା ଚ୍ଛୁଆଁ ଦେଉନଥିଲେ। ଯେହେତୁ ୯.୪୪ କୋଟିର ବକେୟା ଯୋଗାଡ଼ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ଜବତ ହେବ କଟକ ଭୂ ଲେଖ ଅଫିସ୍‌। ଯାହାକୁ ନେଇ ହଲଚଲ ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.